୨ ଆକ୍ରମଣକାରୀ ଦୋଷୀ ସାବ୍ୟସ୍ତ

ଶେରଗଡ଼,୧୭ା୭(ଡି.ଏନ.ଏ.)- ଶେରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ମାଡ଼ ମାରିବା ଓ ବ୍ଲେଡରେ ଆକ୍ରମଣ କରିବା ନେଇ ଏକ ମାମଲାଣ ଶୁଣାଣି କରି ବରମୁଣ୍ଡଳୀ ଗ୍ରାମର ଗଣେଶ ପାଢ଼ୀ, ରାମହରି ଗୌଡଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ଜାମିନରେ ଥିବାରୁ ସେମାନେ ଉପରିସ୍ଥ କୋର୍ଟରେ ଜାମିନ ଆବେଦନ କରିପାରନ୍ତି। ପ୍ରକାଶ ଯେ, ୯ା୫ା୨୦୧୪ରେ ବରମୁଣ୍ଡଳୀର ସୁରେନ୍ଦ୍ର ନାଥ ସାହୁ ବଟପଲ୍ଲୀ ସାହି ଦେଇ ସାଇକେଲରେ ଯାଉଥିବାବେଳେ ଗଣେଶ ଓ ରାମହରି ମାଡ଼ ମାରିବା ସହ ବ୍ଲେଡରେ ଆକ୍ରମଣ କରିଥିଲେ। ସୁରେନ୍ଦ୍ର ଶେରଗଡ଼ ଡାକ୍ତର ଖାନାରେ ଚିକିତ୍ସା ପରେ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ବଡ଼ଗଡ଼ ପୋଲିସ ନଂ.୬୩/୨୦୧୪ରେ ମାମଲା ରୁଜୁକରି ଜେଲ ପଠାଇଥିଲେ। ସେହି ମାମଲାର ଶୁଣାଣି କରି ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତି କରି ବିଚାରପତି ବର୍ଷେ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ସରୋଜ କୁମାର ମଲ୍ଲିକ ଓ ଏପିପି ରାଧାକୃଷ୍ଣ ଡାକୁଆ ମାମଲା ପରିଚାଳନା କରିଥିଲେ।