୨ ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୪ା୧୨: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ୨ଟି ଅଟୋକୁ ଫିରିଙ୍ଗିଆ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ସୋମବାର ରତଙ୍ଗରୁ ସାରଙ୍ଗଡକୁ ଦୁଇଟି ଅଟୋ(ନଂ.ଓଡି୧୨ବି ୮୯୭୧, ଓଡି୧୨ ୪୩୪୦)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇ ପୋଲିସ ଚଢାଉ କରିଥିଲା ା ଯାଞ୍ଚ ପରେ ୨ ଅଟୋରୁ ଦୁଇଟି ବସ୍ତାରେ ଥିବା ୭୦ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ରତଙ୍ଗ ଗ୍ରାମର ସୁମନ୍ତ ମାଝି, ଦିଲାରପଡାର ବଳରାମ କହଁର ଓ ପ୍ରତାପ ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ.୧୦୯/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ା