୨୮ ହାବିଲଦାରଙ୍କ ପଦୋନ୍ନତି

କଟକ ଅଫିସ, ୨୯।୧୧- ଓଡ଼ିଶା ପୋଲିସରେ କାର୍ଯ୍ୟରତ ୨୮ ଜଣ ହାବିଲଦାରଙ୍କୁ ହାବିଲଦାର ମେଜର ପଦବୀକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଶୁକ୍ରବାର ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ ପରିଷଦ ଏହି ୨୮ ହାବିଲଦାରଙ୍କ ପଦୋନ୍ନତି ପାଇଁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତିକୁ ଡିଜିପି ସତ୍ୟଜିତ୍‌ ମହାନ୍ତି ଶୁକ୍ରବାର ସ୍ବୀକୃତି ପ୍ରଦାନ କରିଛନ୍ତି।