୨୬ରେ ସୈନିକ ନିଯୁକ୍ତି ପାଇଁ ପରୀକ୍ଷା

କଟକ ଅଫିସ, ୯ା୧୦: ସୈନିକ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୨୬ରେ କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣ ପ୍ରବେଶିକା ପରୀକ୍ଷା(ସିଇଇ) ଅନୁଷ୍ଠିତ ହେବ। ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଗତ ଅଗଷ୍ଟ ୧୮ରୁ ୨୬ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲା। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ସିଇଇରେ ସାମିଲ ହୋଇପାରିବେ। କଟକସ୍ଥିତ ସୈନିକ ନିଯୁକ୍ତି କାର୍ଯ୍ୟାଳୟରୁ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ କାର୍ଡ ସଂଗ୍ରହ କରିପାରିବେ।