Categories: ଜାତୀୟ

୨୬ରେ ମୋଦି-ଟ୍ରମ୍ପ୍‌ ଭେଟ: କଶ୍ମୀର-ଆତଙ୍କବାଦ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଅଗଷ୍ଟ ୨୬ରେ ଭେଟିବେ। ପ୍ୟାରିସ୍‌ରେ ଦୁଇନେତାଙ୍କ ସାକ୍ଷାତ୍‌ ଜି-୭ ଶିଖର ସମ୍ମିଳନୀରେ ହେବ। ଏହି ସାକ୍ଷାତ୍‌ ସମୟରେ ଟ୍ରମ୍ପ୍‌ କଶ୍ମୀର ସମସ୍ୟା ଉଠାଇବା ସହିତ ଏଥିରେ ମଧ୍ୟସ୍ଥତା ପାଇଁ ଇଛା ପ୍ରକାଶ କରିବେ ବୋଲି ପୂର୍ବରୁ ସୂଚନା ଦେଇ ସାରିଛନ୍ତି। ତେବେ ଭାରତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ କହିସାରିଛି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଆଭ୍ୟନ୍ତରୀଣ ମାମଲା। ତେବେ କଶ୍ମୀର ସମସ୍ୟାର ସମାଧାନ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଦ୍ୱାରା ସମ୍ଭବ। ମାତ୍ର ଟ୍ରମ୍ପ୍‌ ବାରମ୍ବାର ଏହି ମାମଲାରେ ଅଯଥାରେ ମଧ୍ୟସ୍ଥତା କରିବାକୁ ଇଛା ପ୍ରକାଶ କରୁଥିବାରୁ ଜଟିଳ ସ୍ଥିତି ସୃଷ୍ଟି ହେଉଛି।

Share