୨୬ରେ ମହିପୁରକୁ ଗଡ଼ିବ ଟ୍ରେନ୍‌

ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଷ୍ଟେଶନକୁ ଆସନ୍ତା ୨୬ ତାରିଖରେ ଟ୍ରେନ୍‌ ଚଳାଚଳ କରିବ। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ଟାଉନ ଷ୍ଟେଶନକୁ ଆସୁଥିବା ଟ୍ରେନ୍‌ ମହିପୁର ଷ୍ଟେଶନକୁ ଗଡ଼ିବ। ଆସନ୍ତା ୨୬ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ କରିବେ। ପ୍ରତିଦିନ ସକାଳ ୭ଟା ୧୫ରେ ଖୋର୍ଦ୍ଧା ରୋଡ଼ରୁ ବାହାରୁଥିବା ଟ୍ରେନ୍‌ ସକାଳ ୯ଟା ୧୫ରେ ମହିପୁର ଷ୍ଟେଶନରେ ପହଞ୍ଚତ୍ବ। ପୁନଶ୍ଚ ଏହା ୯ଟା ୪୫ରେ ମହିପୁର ଷ୍ଟେଶନ ଛାଡ଼ି ନୟାଗଡ଼ ଦେଇ ଖୋର୍ଦ୍ଧା ରୋଡ଼କୁ ଯିବ। ସନ୍ଧ୍ୟା ୭ଟା ୩୦ରେ ଖୋର୍ଦ୍ଧାରୁ ଛାଡୁଥିବା ଟ୍ରେନ୍‌ ରାତ୍ର ୯ଟା ୩୦ରେ ମହିପୁର ଷ୍ଟେଶନରେ ପହଞ୍ଚତ୍ବ। ପରେ ଉକ୍ତ ଟ୍ରେନ୍‌ଟି ପରଦିନ ସକାଳ ୪ଟା ୩୦ରେ ମହିପୁର ଷ୍ଟେଶନରୁ ଖୋର୍ଦ୍ଧା ରୋଡ଼କୁ ଯିବ। ସୂଚନାଯୋଗ୍ୟ ଯେ, ଗତ ୨୫ ଜୁଲାଇରେ ନୟାଗଡ଼ ଟାଉନ ଷ୍ଟେଶନଠାରୁ ମହିପୁର ପର୍ଯ୍ୟନ୍ତ ୧୨ କି.ମି. ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଗଡ଼ିଥିଲା। ଉକ୍ତ ଦିନ ରେଳ ସୁରକ୍ଷା ଆୟୁକ୍ତଙ୍କ ସମତେ ଅନ୍ୟାନ୍ୟ ଅଧିକାରୀମାନେ ୧୦ ବଗି ବିଶିଷ୍ଟ ଏକ ଟ୍ରେନ୍‌ର ସ୍ପିଡ଼ ଟ୍ରାଏଲ କରାଇଥିଲେ।