୨୫ କଂଗ୍ରେସ କର୍ମୀ ଗିରଫ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପୁରୀରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ରାଜ୍ୟ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ରାତିରେ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରୁ ଶତାଧିକ କର୍ମୀ ରାତି ପ୍ରାୟ ୧୧ଟାରେ କ୍ୟାଣ୍ଡେଲ ଧରି ନବୀନ ନିବାସ ଅଭିମୁଖେ ବାହାରିଥିଲେ। ଶିଶୁଭବନ ଛକ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ କଂଗ୍ରେସ କର୍ମୀମାନଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ପୁରୀ ଜିଲାପାଳଙ୍କ ଇସ୍ତଫା ସହ ନାବାଳିକାଙ୍କୁ ନ୍ୟାୟ ଦିଆଯାଉ ବୋଲି ସେମାନେ ଦାବି କରି ରାସ୍ତା ଉପରେ ବସି ରହିଥିଲେ। ଶେଷରେ ପୋଲିସ ୨୫ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ଗିରଫ କରି ନେଇଥିଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।