୨୫୦ରୁ ୧୯୮ଟି ସାମ୍ପୁଲ ନେଗେଟିଭ୍‌

ବାରିପଦା ଅଫିସ, ୧୫ା୪- କରୋନା ସନ୍ଦେହରେ ଜିଲାର ୨୫୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୧୯୮ଟି ସାମ୍ପୁଲ ନେଗେଟିଭ୍‌ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାକି ୫୨ଟି ସାମ୍ପୁଲର ରିପୋର୍ଟ ଆସି ନାହିଁ। ସେହିଭଳି ଜିଲାରେ ବିଦେଶରୁ ଫେରିଥିବା ୯୫ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ ଶେଷ ହୋଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ୧୨୨୧୯ ଜଣ ଶ୍ରମିକ ବିଭିନ୍ନ ରାଜ୍ୟରୁ ଜିଲାକୁ ଫେରିଥିବା ବେଳେ ୧୦୮୭୫ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ ଶେଷ ହୋଇଛି। ୧୩୪୪ ଜଣ ବର୍ତ୍ତମାନ ହୋମ୍‌ କ୍ୱାରାଣ୍ଟାଇନର ଅଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଜିଟିଭ କେସ୍‌ ଦେଖିବାକୁ ମିଳିନାହିଁ। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କରାଯାଇଛି। ସେହିଭଳି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।