୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ, କର୍ତ୍ତବ୍ୟରେ ଅବହେଳା ମୁଖ୍ୟ ଜେଲ ଓ୍ବାଡର ନିଲମ୍ବିତ

ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ସୁନାଥର ଗାଁର କବିରାଜ ବେହେରା। ଜେଲ ନିକଟସ୍ଥ ବିଲପାର୍ଶ୍ୱ କିଆବୁଦାରୁ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି। ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଗତ ଡିସେମ୍ବର ୭ରେ ଛତ୍ରପୁର ସବ୍‌ଜେଲକୁ ଆସିଥିଲେ। ସେ ସୋମବାର ପାଚେରି ଡେଇଁ ପଳାଇଯାଇଥିବା ନେଇ ସବ୍‌ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶୁଭସ୍ମିତା ବିଶ୍ୱାଳ ମଙ୍ଗଳବାର ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏଥିସହ ଏ ସମ୍ପର୍କରେ ସେ ଡିଆଇଜି(ପ୍ରିଜନ୍‌) ରଘୁନାଥ ମାଝିଙ୍କୁ ମଧ୍ୟ ଜଣାଇଥିଲେ। ଡିଆଇଜି ମାଝିଙ୍କ ସମେତ ବ୍ରହ୍ମପୁର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଏ. କେ. ସିହ୍ନା, ଛତ୍ରପୁର ଏସ୍‌ଡିପିଓ ଗୌତମ କିଶାନ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସବ୍‌ଜେଲରେ ପହଞ୍ଚି ତଦନ୍ତ କରିଥିଲେ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଓ ଜେଲ୍‌ ପଛପଟ ପାଚେରି ବାହାରେ ଥିବା ଚିହ୍ନରୁ ଅଭିଯୁକ୍ତ ପାଚେରି ଡେଇଁ ଚମ୍ପଟ ମାରିଥିବା ଜଣାପଡିଥିଲା। କବିରାଜଙ୍କ ବିରୋଧରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ଗତ ମାର୍ଚ୍ଚ ୬ ତାରିଖରେ ଏ ନେଇ ଛତ୍ରପୁର ଥାନାରେ ଏତଲା ହୋଇଥିଲା। ଏହାପରେ କବିରାଜ ଫେରାର୍‌ ଥିଲେ। ଡିସେମ୍ବର ୭ ତାରିଖରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୋମବାର ସନ୍ଧ୍ୟାରେ ଜେଲ ଅନ୍ତେବସୀଙ୍କ ଗଣତି ବେଳେ କବିରାଜ ନ ଥିବା ଜଣାପଡ଼ିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଏ ସମ୍ପର୍କରେ ଛତ୍ରପୁର ଥାନାରେ ଅବଗତ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଯୋଗୁ ମୁଖ୍ୟ ଜେଲ ଓ୍ବାଡର ଚିତ୍ତରଞ୍ଜନ ନାୟକଙ୍କୁ ବ୍ରହ୍ମପୁର ଜେଲ ଡିଆଇଜି ରଘୁନାଥ ମାଝି ନିଲମ୍ବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri