୨୩ ସଂକ୍ରମିତ ପାଲଟିଲେ ସୁପର ସ୍ପ୍ରେଡ଼ର: ୫୫୮ ଲୋକଙ୍କ ପାଖରେ ପହଞ୍ଚିଲା କରୋନା ମହାମାରୀ ସଂକ୍ରମଣ !

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ୭ ରାଜ୍ୟର ୧୫ ଜିଲାରେ ୨୩ ଜଣ ସଂକ୍ରମିତ ସୁପର ସ୍ପ୍ରେଡ଼ର ପାଲଟିଥିବା କୁହାଯାଉଛି। ସେମାନଙ୍କ ଦ୍ୱାରା ୫୫୮ ଜଣଙ୍କ ପାଖରେ ମହାମାରୀ ସଂକ୍ରମଣ ପହଞ୍ଚିଛି। ବିଦେଶରୁ ସ୍ବଦେଶ ଫେରିଥିବା ସଂକ୍ରମିତଙ୍କ ଯୋଗୁ ଅଧିକ ସଂକ୍ରମଣ ହୋଇଛନ୍ତି। ଏହି ସୁପର ସ୍ପ୍ରେଡ଼ରମାନେ ରାଜସ୍ଥାନ, ପଞ୍ଜାବ, ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ବାସିନ୍ଦା। ରାଜସ୍ଥାନରେ ମାତ୍ର ୪ ଜଣ ସଂକ୍ରମିତଙ୍କ ଯୋଗୁ ୨୩୨ ଜଣଙ୍କୁ କରୋନା ସଂକ୍ରମଣ ହୋଇଛି। ପଞ୍ଜାବରେ ୩ ଜଣଙ୍କ ଦ୍ୱାରା ୮୯ ଜଣ ସଂକ୍ରମିତ ହୋଇଛନ୍ତି। ଉତ୍ତରପ୍ରଦେଶରେ ୯ ଜଣଙ୍କ ଯୋଗୁ ୬୧ ଜଣଙ୍କ କରୋନା ସଂକ୍ରମଣ ହୋଇଛି। ମଧ୍ୟ ପ୍ରଦେଶରେ ୩ ଜଣଙ୍କ ମାଧ୍ୟମରେ ୩୨ ଜଣ ସୁସ୍ଥ ଲୋକଙ୍କୁ କରୋନା ସଂକ୍ରମଣ ହୋଇଛି। ମହାରାଷ୍ଟ୍ରରେ ଜଣେ ସଂକ୍ରମିତ ୨୬ଜଣଙ୍କୁ ସଂକ୍ରମଣ କରିଛନ୍ତି। ସେହିପରି ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ଜଣେ ଜଣେ ସଂକ୍ରମିତଙ୍କଠାରୁ ୮ ଜଣ ଲେଖାଏଁ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିବା କୁହାଯାଉଛି।

Share