ବ୍ରହ୍ମପୁର ଅଫିସ,୨୧ା୫-ବ୍ରହ୍ମପୁର ସହରରେ ଥିବା ୫ ଥାନାଧିକାରୀଙ୍କୁ ନେଇ ଅପରାଧ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏସ୍ପି ମିଶ୍ର ରବିବାର ଅପରାଧ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଧାରଣ ନିର୍ବାଚନର ଫଳାଫଳ ଆସନ୍ତା ୨୩ରେ ଘୋଷଣା ହେବ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଏବେଠୁ ପ୍ରସ୍ତୁତ ହେବାକୁ ଏସ୍ଡିପିଓ ଓ ସମସ୍ତ ଥାନାଧିକାରୀମାନଙ୍କୁ ଏସ୍ପି ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ-ଗୋଷ୍ଠୀ ଓ ବ୍ୟକ୍ତି-ବ୍ୟକ୍ତିଙ୍କ ଭିତରେ ଶତ୍ରୁତା ଓ ବିବାଦ ରହିଥିଲା। କଁା ଭଁା ଛୋଟ ଗଣ୍ଡଗୋଳକୁ ଛାଡ଼ିଦେଲେ ମୋଟାମୋଟି ସହରରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସରିଛି । ତେବେ ସମସ୍ତ ପ୍ରାର୍ଥୀ ବିଜୟୀ ହେବା ଆଶା ରଖିଥିବା ବେଳେ ଫଳାଫଳ ଘୋଷଣା ପରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ଯେପରି କିଛି ଅଭାବନୀୟ କାଣ୍ଡ ନ ଘଟାଇବେ, ସେଥିପ୍ରତି ସତର୍କ ଦୃଷ୍ଟି ଦେବା ସହ ସେମାନଙ୍କ ଗତିିବିଧି ଉପରେ ନଜର ରଖିବାକୁ ସମସ୍ତ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳାଫଳ ଘୋଷଣା ପୂର୍ବରୁ ଓ ପରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କୁ ଗିରଫ କରିବାକୁ କୁହାଯାଇଛି । ପୁରୁଣା ମାମଲାର ତଦନ୍ତ ସାରିବା ସହ ସମସ୍ତ ମାମଲାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାକୁ କୁହାଯାଇଛି। ଯଥାଶୀଘ୍ର ପୁରୁଣା ମାମଲାଗୁଡ଼ିକର ତଦନ୍ତ ସାରି ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଥାନାଧିକାରୀମାନଙ୍କୁ ଏସ୍ପି କହିଛନ୍ତି । ଥାନା ରେଜିଷ୍ଟର ଅପଟୁଡେଟ୍ ରଖିବାକୁ କୁହାଯାଇଛି। କେତେଜଣ ଅପରାଧୀଙ୍କ ନଁାରେ ୱାରେଣ୍ଟ ରହିଛି। ତା’ର ତାଲିକା ପ୍ରସ୍ତୁତ କରିବା ସହ ପ୍ରତି ମାସରେ କେତେଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଉଛି। ସାଧାରଣ ଜନତା ଓ ମହିଳାଙ୍କୁ ସୁରକ୍ଷା ଦେବା ସହ ଅପରାଧୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ସେ କହିଛନ୍ତି । ମହିଳା ଓ ଶିଶୁଙ୍କ ସମ୍ପର୍କିତ ମାମଲାଗୁଡ଼ିକୁ ଅଗ୍ରାଧିକାର ଦେଇ ଯଥାଶୀଘ୍ର ସମାଧାନ କରିବାକୁ କୁହାଯାଇଥିଲା। ସହରର ବିଭିନ୍ନ ହୋଟେଲ, ଲଜ୍ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରିବା ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସେ କହିଛନ୍ତି। ସହରରେ ପୋଲିସ ଏବେ ହେଲମେଟ ଚେକିଂ ଦିଗରେ ଧିମେଇ ଯାଇଛି । ଆଗକୁ ଏହା କଡ଼ାକଡ଼ି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ସପ୍ତାହରେ ଦିନେ ପ୍ରତି ଥାନା ପକ୍ଷରୁ ଜିରୋ ଟଲରାନ୍ସ ପାଳନ କରାଯିବ ବୋଲି ଏସ୍ପି କହିଛନ୍ତି। ଦୁର୍ଘଟଣା ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶକୁ ପାଳନ କରିବା ସହ ଯେପରି ଦୁର୍ଘଟଣା ସଂଖ୍ୟା କମିବ ସେଥିପ୍ରତି ଦୃଷ୍ଟି ଦେବାକୁ ଟ୍ରାଫିକ ଥାନାଧିକାରୀ ସୁମିତ କୁମାର କିଶାନଙ୍କୁ କୁହାଯାଇଛି। ଅନ୍ୟପଟେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପୋଲିସ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଦୁର୍ଘଟଣା କମାଇବାକୁ ଉଦ୍ୟମ କରିବା ସହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। ସହରସାରା ଗାଡ଼ି ମୋଟର ଯାଞ୍ଚ ହେବ । ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ । ସହରର ସବୁ ଥାନାରେ ଏହି ଅଭିଯାନ କରାଯିବ ବୋଲି ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ମାୟାଧର ସେଠୀ, ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ସମେତ ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ ।
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ
ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...
ଯାଉଥିବାବେଳେ ହଠାତ୍ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…
ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...
ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…
ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...
Archives


