୨୨ ମାଓବାଦୀଙ୍କ ନାଁରେ ପୁରସ୍କାର ରାଶି ଘୋଷଣା

ବାଲିଗୁଡା,୩୦ା୧୦(ଡି.ଏନ୍‌.ଏ.):ରାଜ୍ୟ ସରକାରଙ୍କ ଦ୍ବାରା ୨୨ ଜଣ କେକେବିଏନ୍‌ (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ) କ୍ୟାଡର ମାଓବାଦୀଙ୍କ ପାଇଁ ପୁରସ୍କାର ରାଶି ମଙ୍ଗଳବାର ଘୋଷଣା କରାଯାଇଛି। ଏନେଇ କନ୍ଧମାଳ ପୋଲିସ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି। ବାଲିଗୁଡା ଷ୍ଟେଟବ୍ୟାଙ୍କ ପାଚେରିରେ ମାଓବାଦୀ ବିରୋଧୀ ପୋଷ୍ଟର ସହ କେକେବିଏନ୍‌ ମାଓବାଦୀ ସଙ୍ଗଠନର ୨୨ କ୍ୟାଡର ମାଓବାଦୀଙ୍କ ଫଟୋ ସହ ପୁରସ୍କାର ରାଶି ଲେଖାଥିବା ପୋଷ୍ଟର ଲଗାଯାଇଛି। ମାଓବାଦୀ ଭଉଣୀଭାଇମାନଙ୍କୁ ହିଂସାର ମାର୍ଗ ଛାଡି ଆତ୍ମସମର୍ପଣ କରିବାକୁ ପୋଷ୍ଟରରେ ଅନୁରୋଧ କରାଯାଇଛି। ଏଥିସହିତ ଆତ୍ମସମର୍ପଣ କରିବାପରେ ସେମାନଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ମଧ୍ୟ ଉକ୍ତ ପୋଷ୍ଟର ମାଧ୍ୟମରେ ପ୍ରତିଶ୍ରୁତି ଦିଆଯାଇଛି। ଯୋଗାଯୋଗ ପାଇଁ କନ୍ଧମାଳ ପୋଲିସ ପକ୍ଷରୁ ପୋଷ୍ଟରରେ ଟେଲିଫୋନ ନମ୍ବର ଲେଖା ଯାଇଥିବା ଦେଖିବାକୁ ମିଳିଛି।