୨୨ ମହଣର ପଥର ବଖାଣୁଛି ବୀରତ୍ୱ ଗାଥା

ବାସୁଦେବପୁର, ୧୦।୧(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ଏକ ଐତିହ୍ୟ ସମ୍ପନ୍ନ ଅଞ୍ଚଳ। କଥିତ ଅଛି, ମଧ୍ୟଯୁଗରେ ବାସୁଦେବପୁର ଏକ ପ୍ରଗଣା ଭାବେ ଗଢ଼ି ଉଠିଥିଲା। ବର୍ତ୍ତମାନର ବାସୁଦେବପୁର ସହରର ଅଂଶବିଶେଷ ଭେଡ଼ାଆଙ୍କୁଡ଼ାରେ ଥିଲା ରାଜଉଆସ। ରାଜା ଶାସନର ଅବସାନ ପରେ ରାଜଉଆସର ଆଉ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ତେବେ ଅତୀତର ଗଡଖାଇ ସମେତ ଆଖଡ଼ାଶାଳ, ମଲ୍ଲମାନଙ୍କ ବସବାସ ଲାଗି ଗଢ଼ି ଉଠିଥିବା ମଲ୍ଲସାହି(ମାଲୁସାହି), ସାଆନ୍ତାଣୀ ପୋଖରୀ, କଚେରିବାଡ଼ି, କେତେକ ଦେବଦେବୀ ମନ୍ଦିର ଓ ରାଜାଙ୍କ ଘର ସାମ୍ନାରେ ପଡ଼ିଥିବା ୨୨ ମହଣ ଓଜନର ପଥର ରାଜଉଆସର ମୂକସାକ୍ଷୀ ହୋଇ ରହିଛି। ୨୨ ମହଣ ଓଜନର ପଥର ବଖାଣୁଛି ରାଜଶାସନ ସମୟର ବୀରତ୍ୱର ଗାଥା।
ବାସୁଦେବପୁର ସହରଠାରୁ ପ୍ରାୟ ଅଧ କି.ମି. ଦୂରରେ ଥିବା ଗଡଖାଇ ଏବେ ଅଧାପୋତା ଅବସ୍ଥାରେ। ଏଠାକାର ରାଜବଂଶର ପ୍ରଥମ ରାଜା ଥିଲେ ବାସୁଦେବ ସୁଢ଼ଳଦେବ ହରିଚନ୍ଦନ ଭୂୟଁା ଚୌଧୁରୀ। ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ବାସୁଦେବପୁର ହୋଇଥିବା ଐତିହାସିକମାନେ ମତ ଦିଅନ୍ତି। ଏହି ରାଜବଂଶର ପ୍ରଥମ ରାଜାଙ୍କଠାରୁ ଏହାମଧ୍ୟରେ ୯ ପିଢ଼ି ଉତ୍ତରାଧିକାରୀଙ୍କ ଦେହାନ୍ତ ହୋଇଥିବା ନେଇ ରାଜ ପରିବାର ସୂତ୍ରରୁ ମିଳିଥିବା ବଂଶାନୁକ୍ରମିକ ବିବରଣୀରୁ ଜଣାପଡ଼ିଛି। ଗତ ସପ୍ତାହରେ ଏହି ରାଜବଂଶର ୯ମ ରାଜା ଚୌଧୁରୀ ଉଦୟ ନାରାୟଣ ରାୟଙ୍କ ଦେହାନ୍ତ ହୋଇଛି। ବାସୁଦେବପୁରର ଐତିହ୍ୟ ଗୌରବାବହ ହୋଇଥିଲେ ମଧ୍ୟ ଏହାର ସୁରକ୍ଷା ଲାଗି ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗଡ଼ଖାଇ ମଧ୍ୟବର୍ତ୍ତୀ ଅଞ୍ଚଳରେ ପଡ଼ି ରହିଥିବା ୨୨ ମହଣ ଓଜନର ପଥରକୁ ନେଇ ଏକ ରୋଚକ ଜନଶ୍ରୁତି ରହିଛି। ରାଜା ଶାସନ ସମୟରେ ମଲ୍ଲଯୁଦ୍ଧ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଦୈନନ୍ଦିନ କୁସ୍ତି କସରତ ଅଭ୍ୟାସ କରାଯାଉଥିଲା। ବୀରତ୍ୱ ପ୍ରଦର୍ଶନ କ୍ଷେତ୍ରରେ ଏହି ରାଜବଂଶର ଯଥେଷ୍ଟ ପ୍ରାଧାନ୍ୟ ରହିଥିଲା। ପୂର୍ବରୁ ରାଜାଙ୍କ ଆଖଡ଼ାଶାଳରେ ଥିବା ୨୨ ମହଣ ଓଜନର ଗୋଲାକୃତି ମାଙ୍କଡ଼ା ପଥରକୁ ରାଜା ଓ ମଲ୍ଲଯୋଦ୍ଧାମାନେ ଛାତିରେ ରଖି, ଉଠାପକା କରି ଶକ୍ତି ପ୍ରଦର୍ଶନ କରୁଥିଲେ। ଏହାକୁ ଶୁଭପଥର ଭାବେ ଗଣା ଯାଉଥିଲା। ଜନଶ୍ରୁତି ଅଛି ଯେ ରାଜଉଆସ ନିକଟବର୍ତ୍ତୀ ଗ୍ରାମ ଭୈରବପୁରର ବାଳା ଅଗସ୍ତୀ ନାମକ ଜଣେ ବ୍ରାହ୍ମଣ ରାଜପୁରୋହିତ ଥିଲେ। ତାଙ୍କ ପୁତ୍ର ଗୋପାଳ ବେଶ୍‌ ହୃଷ୍ଟପୁଷ୍ଟ ଓ ଶକ୍ତିମାନ ଥିଲେ। ସେ ଅବିବାହିତ ଥିଲେ। ଯୁବକ ଗୋପାଳଙ୍କ ବୀରତ୍ୱ କଥା ଶୁଣି ରାଜା ଚୌଧୁରୀ ବଳଭଦ୍ରରାୟ ତାଙ୍କୁ ଆଖଡ଼ାଶାଳକୁ ଡକାଇ ଶକ୍ତି ପ୍ରଦର୍ଶନ କରିବାକୁ କହିଥିଲେ। ଗୋପାଳ ନିଜ ଶକ୍ତି ପ୍ରଦର୍ଶନ କରି ସେହି ପଥରକୁ ଉଠାଇ କାନ୍ଧରେ ବୋହି ଏକାକୀ ଆଖଡ଼ାଶାଳରୁ ରାଜାଙ୍କ ଉଆସ ସାମ୍ନା ବଉଳପୋଖରୀ ଆଡ଼ିକୁ ଆଣି ୨୨ ହାତ ଦୂରକୁ ଫୋପାଡ଼ି ଦେଇଥିଲେ। ଗୋପାଳଙ୍କ ଏଭଳି ବୀରତ୍ୱ ଦେଖି ରାଜା ଖୁସିରେ ତାଙ୍କୁ ୨୨ ମାଣ ଜମି ଦାନ କରିଥିଲେ। ଗୋପାଳଙ୍କର ବଂଶଧରମାନେ ପିଢ଼ି ଅନୁସାରେ ଏହି ଜମିକୁ ଭୋଗ ଦଖଲ କରି ଆସୁଛନ୍ତି। ଏହି ପଥର ସେବେଠାରୁ ଆଉ ଆଖଡ଼ାଶାଳକୁ ଫେରିପାରି ନାହିଁ, ଯାହାକି ରାଜା ଉଆସ ସାମ୍ନା ଏକ ପାର୍ଶ୍ୱରେ ପଡ଼ିରହିଛି। ଏହି ପଥର ରାଜ ପରିବାରର ଗର୍ବ ଓ ବୀରତ୍ୱର ପ୍ରତୀକ ବୋଲି ରାଜ ପରିବାରର ବଂଶଧର ଚୌଧୁରୀ ପ୍ରସନ୍ନ କୁମାର ରାୟ କହିଛନ୍ତି। ଅତୀତର ଏସବୁ ସ୍ମାରକୀର ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ବୟୋଜ୍ୟେଷ୍ଠ ବ୍ୟକ୍ତି ମଧୁସୂଦନ ମହାନ୍ତି, ମୃତ୍ୟୁଞ୍ଜୟ ଅଗସ୍ତୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଶାସନ ରାଉତଙ୍କ ସମେତ ଅଞ୍ଚଳବାସୀ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ କହିଛନ୍ତି, ଅତୀତ କୀର୍ତ୍ତିରାଜିର ସୁରକ୍ଷାର ଆବଶ୍ୟକତା ରହିଛି। ସେ ନୂତନ ଭାବେ ଯୋଗ ଦେଇଥିବାରୁ ଏ ବିଷୟରେ ବିଶେଷ ଅବଗତ ନାହାନ୍ତି। ତେବେ ପ୍ରଶାସନ ପକ୍ଷରୁ ଅନୁସନ୍ଧାନ କରାଯାଇ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri