୨୨ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ବ୍ୟବସାୟୀ ଗିରଫ

ଖୋର୍ଦ୍ଧା ଅଫିସ, ୧।୧୧: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡ ଖୋର୍ଦ୍ଧା ସହରର ସ୍ବପ୍ବେଶ୍ୱର ସାହି ଉପରେ ଶୁକ୍ରବାର ଚଢ଼ାଉ କରି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ମହିଳା ବ୍ରାଉନସୁଗାର ବ୍ୟବସାୟୀ ଲକ୍ଷ୍ମୀପ୍ରିୟା ପରିଡା ଓରଫ ବବିତା(୪୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ବବିତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଏ ନେଇ ନଂ. ୪୮/୨୦୧୯-୨୦ରେ ଏନଡିପିଏସ୍‌ ମକଦ୍ଦମା ରୁଜୁ କରାଯାଇଛି।