୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଛତ୍ରପୁର,୪ା୧୦(ଡି.ଏନ.ଏ.)- ଛତ୍ରପୁର ପୋଲିସ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ମିଲ୍‌ କତୁରୁ ଗଁ।ର ବି ସନ୍ତୋଷ ପାତ୍ର ଓରଫ ବୁଚି ପାତ୍ର। ତାଠାରୁ ଏକ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଥିଲା। ସେଥିରେ ୨୨ କେଜି ଗଞ୍ଜେଇ ଥିଲା । ଗୁରୁବାର ରାତିରେ ପୁତ୍ତିଗୋପାଳପୁର ଠାରୁ ବସ ଯୋଗେ ଛତ୍ରପୁର ଗ୍ରୀଡ ଛକ ନିକଟରେ ସନ୍ତୋଷ ଓହ୍ଲାଇଥିଲେ। ହାତରେ ଏକ ବ୍ୟାଗଧରି ସେ ଚାଲିଚାଲି ଯାଉଥିବା ବେଳେ ପୋଲିସ ଅଟକାଇ ତଲାସି କରି ଗଞ୍ଜେଇ ଜବତ କରିଥଲା। ନଂ.୨୪୪/୧୯ରେ ଏକ ମାମଲା ରୁଜୁ ହୋଇଛି।