୨୨ରେ ସୁରଟରେ ଓଡ଼ିଶା ମହୋତ୍ସବ: ଛତ୍ରପୁର ବିଧାୟକ ସମ୍ବର୍ଦ୍ଧିତ

ଛତ୍ରପୁର,(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୨୧ା୧- ଗୁଜରାଟ ରାଜ୍ୟ ସୁରଟର ଆମରୋଲିରେ ୨୨ ତାରିଖରେ ଓଡିଶା ମହୋତ୍ସବ ଅନୁଷ୍ଠିତ ହେବ ା ଏହାକୁ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ଘାଟନ କରିବେ ା ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେବାକୁ ଥିବାବେଳେ ସ୍ବତନ୍ତ୍ର ଅତିଥି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଆସିକା ଏମ୍‌ପି ପ୍ରମିଳା ବିଶୋୟୀ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ, କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତିି, ସମ୍ମାନିତ ଅତିଥି ଭାବେ କମିଶନର ବାଞ୍ଛାନିଧି ପାଣି, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଯାଜପୁର ବିଧାୟକ, ଛତ୍ରପୁର ବିଧାୟକ, ସୋରଡା ବିଧାୟକ, ଚିକିଟି ବିଧାୟିକା, ପୋଲସରା ବିଧାୟକ, ବ୍ରହ୍ମପୁର ବିଧାୟକ, ଆସିକା, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକା, ଓଡିଶା ମହୋତ୍ସବ କମିଟି ସଭାପତି ବିଜୟ କୁମାର କହଁର, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ସୁରଥ ଚନ୍ଦ୍ର ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ା ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ା ଏହି ପରିପ୍ରେକ୍ଷୀରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୁରଟ ବିମାନ ବନ୍ଦରରେ ପହଞ୍ଚିିବା ପରେ ସେଠାରେ ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ା ଗତ ବର୍ଷଠାରୁ ସୁରଟରେ ଓଡିଶା ମହୋତ୍ସବ ଆୟୋଜନ ହୋଇଆସୁଛି ା