୨୦ ବିଚାରପତିଙ୍କ ବଦଳି

କଟକ ଅଫିସ,୨୨ା୮: ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଭିନ୍ନ ଜିଲାରେ କାର୍ଯ୍ୟରତ ୨୦ ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ଏ ନେଇ ଗତ ୧୭ରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁଯାୟୀ, ଶିଶିର କୁମାର ରଥଙ୍କୁ କଟକ ଜିଲା ଓ ସେସନ୍‌ ଜଜ୍‌ ଭାବେ ବଦଳି କରାଯାଇଛି। ସେହିପରି କଳାହାଣ୍ଡି ଜିଲା ଓ ସେସନ୍‌ ଜଜ୍‌ ଭାବେ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ, ସୁନ୍ଦରଗଡ଼ ସ୍ପେଶାଲ ଭିଜିଲାନ୍ସ ଜଜ୍‌ ଭାବେ ଅଶ୍ୱିନୀ କୁମାର ନାୟକଙ୍କୁ, ବରଗଡ଼ ଫ୍ୟାମିଲି କୋର୍ଟ ବିଚାରପତି ଭାବେ ରାଜକିଶୋର ନାୟକଙ୍କୁ, ଆଠଗଡ଼ ଏଡିଜେ ଭାବେ ଅଶୋକ କୁମାର ପହୀଙ୍କୁ, ସମ୍ବଲପୁର ଏଡିଜେ-୨ ଭାବେ ମମିତା ଦାସଙ୍କୁ, ଭୁବନେଶ୍ୱର କୋର୍ଟ-୩ ସ୍ପେଶାଲ ଜଜ୍‌ (ସିବିଆଇ) ଭାବେ ତାରା ପ୍ରସାଦ ରଥଙ୍କୁ, ବ୍ରହ୍ମପୁର ଫ୍ୟାମିଲି କୋର୍ଟ ବିଚାରପତି ଭାବେ ପ୍ରଜ୍ଞା ପାଣିଗ୍ରାହୀଙ୍କୁ, କେନ୍ଦ୍ରାପଡ଼ା ଏଡିଜେ ଭାବେ ଏମ୍‌.ଆର୍‌. ଦୋରାଙ୍କୁ, ପୁରୀ ଏଡିଜେ-୨ ଭାବେ ପୂର୍ଣ୍ଣିମା ଜେନାଙ୍କୁ, ଭୁବନେଶ୍ୱର ଫ୍ୟାମିଲି କୋର୍ଟ ଜଜ୍‌ ଭାବେ ରବୀନ୍ଦ୍ର କୁମାର ଦାସଙ୍କୁ, ରାଉରକେଲା ଏଡିଜେ-୧ ଭାବେ ଦୀପକ କୁମାରଙ୍କୁ, ବ୍ରହ୍ମପୁର ଏଡିଜେ-୧ ଭାବେ ପ୍ରସନ୍ନ କୁମାର ପଣ୍ଡାଙ୍କୁ, ନୟାଗଡ଼ ଏଡିଜେ ଭାବେ ଉଦୟଭାନୁ ଜେନାଙ୍କୁ, କଟକ ଏଡିଜେ-୨ ଭାବେ ହିମାଂଶୁ ଶେଖର ମଲ୍ଲିକଙ୍କୁ, କଟକ ଅତିରିକ୍ତ ସ୍ପେଶାଲ ଜଜ୍‌ (ଭିଜିଲାନ୍ସ) ଭାବେ ବିଜୟ କୁମାର ପାତ୍ରଙ୍କୁ, କଟକ ଏଡିଜେ-୧ ଭାବେ ପ୍ରଣବ କୁମାର ପାତ୍ରଙ୍କୁ, କଟକ ପି.ଓ., ଏସ୍‌ସି ଓ ଏସ୍‌ଟି କୋର୍ଟ ଜଜ୍‌ ଭାବେ ପି.ବି. ରାଓଙ୍କୁ, ବାଲେଶ୍ୱର ଫ୍ୟାମିଲି କୋର୍ଟ ଜଜ୍‌ ଭାବେ ଅଜନ୍ତା ଷଡଙ୍ଗୀଙ୍କୁ, କେନ୍ଦ୍ରାପଡ଼ା ଫ୍ୟାମିଲି କୋର୍ଟ ଜଜ୍‌ ଭାବେ ଅନିତା ସାହୁଙ୍କୁ ବଦଳି କରାଯାଇଛି।