୨୦ ବର୍ଷ ହେଲା ଚାଲିଛି ଧର୍ମ ଆଲୋଚନା: ଭାଇଚାରା ବଢ଼ାଇଛି ଭାଗବତ ଟୁଙ୍ଗି

ବନ୍ତଳା,୨୯ା୫- ଗ୍ରାମୀଣ ସଂସ୍କୃତି, ଧାର୍ମିକ ଭାବନାକୁ ସର୍ବଦା ସମୃଦ୍ଧ କରିଆସିଛି ଭାଗବତ ଟୁଙ୍ଗି। ଆଧୁନିକତାର ଅନୁପ୍ରବେଶ ଓ ସହରୀକରଣର ପ୍ରଭାବ ସ୍ବତ୍ତ୍ୱେ ଅନେକ ଗଁାରେ ଏବେ ବି ବଞ୍ଚିଛି ଭାଗବତ ଟୁଙ୍ଗି। ସନ୍ଧ୍ୟାରେ ସେଠାରେ ଜମୁଛି ଭାଗବତ ଆସର ଓ ହେଉଛି ଧାର୍ମିକ ଆଲୋଚନା। ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗଁା ଏହାର ଏକ ଉଦାହରଣ। ଦୀର୍ଘ ୨୦ ବର୍ଷ ହେଲା ଗଁାର ଅନେକ ସାହିରେ ଏହା ଏକ ପରମ୍ପରାରେ ପରିଣତ ହୋଇସାରିଛି। ପ୍ରତିବର୍ଷ ଏହାକୁ ନେଇ ଉତ୍ସବ ପାଳନ ହେଉଥିବାରୁ ଗଁାରେ ଭାଇଚାରା ବି ବଢ଼ିଚାଲିଛି। ଭାଗବତ ପାଠ ପ୍ରତିଯୋଗିତା ପାଇଁ ଚାରିଆଡ଼ୁ ନିମନ୍ତ୍ରଣ ଆସୁଛି। ପୁରସ୍କାର ବି ମିଳୁଛି।
ପୋକତୁଙ୍ଗା ରଣେଶ୍ୱର ଷଣ୍ଢ ଛକସାହିର ଅଧିକାରୀ ସାହୁ, ରଞ୍ଜିତ ପ୍ରଧାନ, ବସନ୍ତ ସାହୁ, ସରୋଜ ସାହୁ, ଶ୍ରୀଖର ଦେହୁରୀ, ଚକ୍ରଧର ଦେହୁରୀ, ଗୋପୀନାଥ ପ୍ରଧାନ, ରତ୍ନାକର ଦେହୁରୀ, ନୀଳମଣି ଦେହୁରୀ, ପ୍ରଶ୍ନ ପ୍ରଧାନ, ମାୟା ସାହୁ, ପ୍ରଶ୍ନ ଦେହୁରୀ, ଲମ୍ବୋଦର ଦେହୁରୀ, କନ୍ଦର୍ପ ପ୍ରଧାନ ପ୍ରମୁଖ କୁହନ୍ତି, ପୂର୍ବରୁ ଗଁାରେ ଭାଗବତ ଟୁଙ୍ଗି ଥିଲା। ପ୍ରତିଦିନ ଭାଗବତ ପଢା ପରେ ଧର୍ମ ଚର୍ଚ୍ଚା ହେଉଥିଲା। ବିପଦ ସମୟରେ ଏହା ସମସ୍ତଙ୍କୁ ଏକାଠି କରୁଥିଲା। କିନ୍ତୁ ଧୀରେ ଧୀରେ ଏହା ବନ୍ଦ ହୋଇଯାଇଥିଲା। କେତେଜଣ ଯୁବକ ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରୁଥିଲେ। ତେଣୁ ଗଁାରେ ଶାନ୍ତି ଫେରାଇବା ପାଇଁ ପୁଣି ଭାଗବତ ପାଠ ଏକ ମାଧ୍ୟମ ବୋଲି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଚିନ୍ତା କଲେ। ଅଧିକାରୀ ଦେହୁରୀଙ୍କ ନେତୃତ୍ୱରେ ୨୦ ବର୍ଷ ତଳେ ତ୍ରିନାଥ କୋଠଘରେ ଭାଗବତ ପାଠ ଆରମ୍ଭ ହୋଇଥିଲା। ମଦ୍ୟପ ଯୁବକମାନେ ପ୍ରଥମେ ବିରୋଧ କରିଥିଲେ। କିନ୍ତୁ ଧର୍ମ ଚର୍ଚ୍ଚାକୁ ସେମାନେ ବନ୍ଦ କରିପାରିଲେ ନାହିଁ। କେତେଜଣ ଶିକ୍ଷିତ ଯୁବକଙ୍କ ସମର୍ଥନ ମିଳିବା ପରେ ଦ୍ୱିପ୍ରହର ଓ ସା ସମୟରେ ଦୁଇ ଘଣ୍ଟା ଭାଗବତ ପାଠ ଆରମ୍ଭ ହେଲା। କିଛିଦିନ ପରେ ଗଁାର ଅଶାନ୍ତ ପରିବେଶ ବଦଳିବାକୁ ଲାଗିଲା। ବୟସ୍କ ଲୋକଙ୍କ ସହ ଯୁବପିଢ଼ି ଯୋଗଦେବାରୁ ଭାଗବତ ଟୁଙ୍ଗିରେ ୬୦ରୁ ଊଦ୍ଧର୍‌ବ ଲୋକଙ୍କୁ ନେଇ ଦୈନିକ ଧର୍ମ ଚର୍ଚ୍ଚା ହେଲା। ପ୍ରତ୍ୟେକ ରବିବାର ତ୍ରିନାଥ ମେଳା, ପ୍ରତିବର୍ଷ ବାର୍ଷିକ ଉତ୍ସବ, ଭାଗବତ ଜନ୍ମ ଆଦି ପାଳନ କରାଗଲା। ଗ୍ରାମର ସମସ୍ତେ ଏଥିରେ ସାମିଲ ହେବାରୁ ଏହା ବଡ଼ ଆକାର ନେଲା। ଏବେ ଗଁାରେ ଜନ୍ମାଷ୍ଟମୀ, ବୈଶାଖ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଆଦି ଧୁମ୍‌ଧାମ୍‌ରେ ପାଳନ ହେଉଛି। ଗ୍ରାମର ଦେହୁରୀ ସାହି, ପାଟଣା ସାହି, ମଝି ପାଟଣା ସାହି, ସାହୁ ସାହି, ବେହେରା ସାହି, ପ୍ରଧାନ ସାହି, ଢିପ ସାହି, ବନ୍ଧଫର ସାହିରେ ମଧ୍ୟ ଭାଗବତ ପଢା ହେଉଛି। ଏଥିସହ ନୃସିଂହ ପୁରାଣ, ସାତଖଣ୍ଡ ରାମାୟଣ, ମହାଭାରତ, ଲକ୍ଷ୍ମୀ ପୁରାଣ, ଅଷ୍ଟାଦଶ ପୁରାଣ ଆଦି ପାଠ ହେଉଛି। ବିଭିନ୍ନ ସ୍ଥାନରେ ହେଉଥିବା ଧର୍ମ ଆଲୋଚନାକୁ ନିମନ୍ତ୍ରଣ ଆସୁଛି। ବିଜୟୀ ହେଲେ ଭାଗବତ ବହି ସେଟ୍‌ ସହ ମାନପତ୍ର ଆଦି ପୁରସ୍କାର ମିଳୁଛି। ତାଳଚେରର ସିଙ୍ଗିଡା ଲୋକେଇପସି ଓ ରାଣୀଗୋଡାରେ ଭାଗବତ ଧର୍ମ ଆଲୋଚନାରେ ଯୋଗଦେଇ ଗ୍ରାମବାସୀ ପୁରସ୍କାର ଜିତି ପାରିଛନ୍ତି। କିନ୍ତୁ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ସରକାରଙ୍କ ତରଫରୁ ସହଯୋଗ ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପୋକତୁଙ୍ଗା ସରପଞ୍ଚ ରୀନା ରାଣୀ ପ୍ରଧାନ କହିଛନ୍ତି, ଯେଉଁ ଗଁା ଓ ସାହିରେ ଭାଗବତ ପାଠ ହେଉଛି ତାହାକୁ ଚିହ୍ନଟ କରି ବ୍ଲକକୁ ଚିଠି କରାଯାଇଛି। ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାର ପାଇଁ ଅନୁଦାନ ଆସିନାହିଁ। ଅନୁଗୋଳ ବିଡିଓ ମାୟାଧର ବେହେରା କହିଛନ୍ତି, ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ସରକାର ବର୍ତ୍ତମାନ ୫୦ ହଜାର ଟଙ୍କା ଦେଉଛନ୍ତି। ବ୍ଲକକୁ ଅଭିଯୋଗ ଆସିଲେ ଉକ୍ତ ଅଭିଯୋଗ ପତ୍ରକୁ ଜିଲା ସଂସ୍କୃତି ବିଭାଗକୁ ପଠା ଯାଇଥାଏ। ସେଠାରେ ସ୍କ୍ରୁଟିନ କରାଯିବା ପରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ। ଯଦି ପୋକତୁଙ୍ଗା ଗ୍ରାମବାସୀ ଅଭିଯୋଗ କରିନାହାନ୍ତି, ତେବେ କରନ୍ତୁ। ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।

(ଦିନେଶ ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri