୨୦ ବର୍ଷ ହେଲା ଚାଲିଛି ଧର୍ମ ଆଲୋଚନା: ଭାଇଚାରା ବଢ଼ାଇଛି ଭାଗବତ ଟୁଙ୍ଗି

ବନ୍ତଳା,୨୯ା୫- ଗ୍ରାମୀଣ ସଂସ୍କୃତି, ଧାର୍ମିକ ଭାବନାକୁ ସର୍ବଦା ସମୃଦ୍ଧ କରିଆସିଛି ଭାଗବତ ଟୁଙ୍ଗି। ଆଧୁନିକତାର ଅନୁପ୍ରବେଶ ଓ ସହରୀକରଣର ପ୍ରଭାବ ସ୍ବତ୍ତ୍ୱେ ଅନେକ ଗଁାରେ ଏବେ ବି ବଞ୍ଚିଛି ଭାଗବତ ଟୁଙ୍ଗି। ସନ୍ଧ୍ୟାରେ ସେଠାରେ ଜମୁଛି ଭାଗବତ ଆସର ଓ ହେଉଛି ଧାର୍ମିକ ଆଲୋଚନା। ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗଁା ଏହାର ଏକ ଉଦାହରଣ। ଦୀର୍ଘ ୨୦ ବର୍ଷ ହେଲା ଗଁାର ଅନେକ ସାହିରେ ଏହା ଏକ ପରମ୍ପରାରେ ପରିଣତ ହୋଇସାରିଛି। ପ୍ରତିବର୍ଷ ଏହାକୁ ନେଇ ଉତ୍ସବ ପାଳନ ହେଉଥିବାରୁ ଗଁାରେ ଭାଇଚାରା ବି ବଢ଼ିଚାଲିଛି। ଭାଗବତ ପାଠ ପ୍ରତିଯୋଗିତା ପାଇଁ ଚାରିଆଡ଼ୁ ନିମନ୍ତ୍ରଣ ଆସୁଛି। ପୁରସ୍କାର ବି ମିଳୁଛି।
ପୋକତୁଙ୍ଗା ରଣେଶ୍ୱର ଷଣ୍ଢ ଛକସାହିର ଅଧିକାରୀ ସାହୁ, ରଞ୍ଜିତ ପ୍ରଧାନ, ବସନ୍ତ ସାହୁ, ସରୋଜ ସାହୁ, ଶ୍ରୀଖର ଦେହୁରୀ, ଚକ୍ରଧର ଦେହୁରୀ, ଗୋପୀନାଥ ପ୍ରଧାନ, ରତ୍ନାକର ଦେହୁରୀ, ନୀଳମଣି ଦେହୁରୀ, ପ୍ରଶ୍ନ ପ୍ରଧାନ, ମାୟା ସାହୁ, ପ୍ରଶ୍ନ ଦେହୁରୀ, ଲମ୍ବୋଦର ଦେହୁରୀ, କନ୍ଦର୍ପ ପ୍ରଧାନ ପ୍ରମୁଖ କୁହନ୍ତି, ପୂର୍ବରୁ ଗଁାରେ ଭାଗବତ ଟୁଙ୍ଗି ଥିଲା। ପ୍ରତିଦିନ ଭାଗବତ ପଢା ପରେ ଧର୍ମ ଚର୍ଚ୍ଚା ହେଉଥିଲା। ବିପଦ ସମୟରେ ଏହା ସମସ୍ତଙ୍କୁ ଏକାଠି କରୁଥିଲା। କିନ୍ତୁ ଧୀରେ ଧୀରେ ଏହା ବନ୍ଦ ହୋଇଯାଇଥିଲା। କେତେଜଣ ଯୁବକ ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରୁଥିଲେ। ତେଣୁ ଗଁାରେ ଶାନ୍ତି ଫେରାଇବା ପାଇଁ ପୁଣି ଭାଗବତ ପାଠ ଏକ ମାଧ୍ୟମ ବୋଲି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଚିନ୍ତା କଲେ। ଅଧିକାରୀ ଦେହୁରୀଙ୍କ ନେତୃତ୍ୱରେ ୨୦ ବର୍ଷ ତଳେ ତ୍ରିନାଥ କୋଠଘରେ ଭାଗବତ ପାଠ ଆରମ୍ଭ ହୋଇଥିଲା। ମଦ୍ୟପ ଯୁବକମାନେ ପ୍ରଥମେ ବିରୋଧ କରିଥିଲେ। କିନ୍ତୁ ଧର୍ମ ଚର୍ଚ୍ଚାକୁ ସେମାନେ ବନ୍ଦ କରିପାରିଲେ ନାହିଁ। କେତେଜଣ ଶିକ୍ଷିତ ଯୁବକଙ୍କ ସମର୍ଥନ ମିଳିବା ପରେ ଦ୍ୱିପ୍ରହର ଓ ସା ସମୟରେ ଦୁଇ ଘଣ୍ଟା ଭାଗବତ ପାଠ ଆରମ୍ଭ ହେଲା। କିଛିଦିନ ପରେ ଗଁାର ଅଶାନ୍ତ ପରିବେଶ ବଦଳିବାକୁ ଲାଗିଲା। ବୟସ୍କ ଲୋକଙ୍କ ସହ ଯୁବପିଢ଼ି ଯୋଗଦେବାରୁ ଭାଗବତ ଟୁଙ୍ଗିରେ ୬୦ରୁ ଊଦ୍ଧର୍‌ବ ଲୋକଙ୍କୁ ନେଇ ଦୈନିକ ଧର୍ମ ଚର୍ଚ୍ଚା ହେଲା। ପ୍ରତ୍ୟେକ ରବିବାର ତ୍ରିନାଥ ମେଳା, ପ୍ରତିବର୍ଷ ବାର୍ଷିକ ଉତ୍ସବ, ଭାଗବତ ଜନ୍ମ ଆଦି ପାଳନ କରାଗଲା। ଗ୍ରାମର ସମସ୍ତେ ଏଥିରେ ସାମିଲ ହେବାରୁ ଏହା ବଡ଼ ଆକାର ନେଲା। ଏବେ ଗଁାରେ ଜନ୍ମାଷ୍ଟମୀ, ବୈଶାଖ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଆଦି ଧୁମ୍‌ଧାମ୍‌ରେ ପାଳନ ହେଉଛି। ଗ୍ରାମର ଦେହୁରୀ ସାହି, ପାଟଣା ସାହି, ମଝି ପାଟଣା ସାହି, ସାହୁ ସାହି, ବେହେରା ସାହି, ପ୍ରଧାନ ସାହି, ଢିପ ସାହି, ବନ୍ଧଫର ସାହିରେ ମଧ୍ୟ ଭାଗବତ ପଢା ହେଉଛି। ଏଥିସହ ନୃସିଂହ ପୁରାଣ, ସାତଖଣ୍ଡ ରାମାୟଣ, ମହାଭାରତ, ଲକ୍ଷ୍ମୀ ପୁରାଣ, ଅଷ୍ଟାଦଶ ପୁରାଣ ଆଦି ପାଠ ହେଉଛି। ବିଭିନ୍ନ ସ୍ଥାନରେ ହେଉଥିବା ଧର୍ମ ଆଲୋଚନାକୁ ନିମନ୍ତ୍ରଣ ଆସୁଛି। ବିଜୟୀ ହେଲେ ଭାଗବତ ବହି ସେଟ୍‌ ସହ ମାନପତ୍ର ଆଦି ପୁରସ୍କାର ମିଳୁଛି। ତାଳଚେରର ସିଙ୍ଗିଡା ଲୋକେଇପସି ଓ ରାଣୀଗୋଡାରେ ଭାଗବତ ଧର୍ମ ଆଲୋଚନାରେ ଯୋଗଦେଇ ଗ୍ରାମବାସୀ ପୁରସ୍କାର ଜିତି ପାରିଛନ୍ତି। କିନ୍ତୁ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ସରକାରଙ୍କ ତରଫରୁ ସହଯୋଗ ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପୋକତୁଙ୍ଗା ସରପଞ୍ଚ ରୀନା ରାଣୀ ପ୍ରଧାନ କହିଛନ୍ତି, ଯେଉଁ ଗଁା ଓ ସାହିରେ ଭାଗବତ ପାଠ ହେଉଛି ତାହାକୁ ଚିହ୍ନଟ କରି ବ୍ଲକକୁ ଚିଠି କରାଯାଇଛି। ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାର ପାଇଁ ଅନୁଦାନ ଆସିନାହିଁ। ଅନୁଗୋଳ ବିଡିଓ ମାୟାଧର ବେହେରା କହିଛନ୍ତି, ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ସରକାର ବର୍ତ୍ତମାନ ୫୦ ହଜାର ଟଙ୍କା ଦେଉଛନ୍ତି। ବ୍ଲକକୁ ଅଭିଯୋଗ ଆସିଲେ ଉକ୍ତ ଅଭିଯୋଗ ପତ୍ରକୁ ଜିଲା ସଂସ୍କୃତି ବିଭାଗକୁ ପଠା ଯାଇଥାଏ। ସେଠାରେ ସ୍କ୍ରୁଟିନ କରାଯିବା ପରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ। ଯଦି ପୋକତୁଙ୍ଗା ଗ୍ରାମବାସୀ ଅଭିଯୋଗ କରିନାହାନ୍ତି, ତେବେ କରନ୍ତୁ। ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।

(ଦିନେଶ ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri