୨୦୨୪ ମସିହାରେ ଅଧିକ ଗରମ ହେବାର ସମ୍ଭାବନା, ଆକଳନ କଲେ ପାଣିପାଗ ବିଜ୍ଞାନୀ

ଭୁବନେଶ୍ୱର,୩୦।୧୨: ଆସନ୍ତା ବର୍ଷ ୨୦୨୪ ମସିହାରେ ଚଳିତ ବର୍ଷ ତୁଳନାରେ ଅଧିକ ଗରମ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସୃଷ୍ଟି ହୋଇଥିବା ଏଲ୍‍- ନିନୋ ଆସନ୍ତାବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ସବୁଠାରୁ ରେକର୍ଡ ଉତ୍ତପ୍ତ ବର୍ଷ ଥିଲା । ୧୮୫୦ ମସିହା ତୁଳନାରେ ବିଶ୍ୱ ତାପମାତ୍ରା ୧ ଦଶମିକ ୧/୫ ଡିଗ୍ରୀ ବଢ଼ିଛି ।

ପାଣିପାଗ ବିଜ୍ଞାନୀମାନଙ୍କର ଆକଳନ ହିସାବରେ ପାଣିପାଗ ଅନିୟମିତତା କାରଣରୁ ଉତ୍ତାପ ବଢ଼ିବ । ଆମେରିକାର ଟେକ୍ସାସ୍‍ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞମାନଙ୍କ ମତରେ ପୃଥିବୀରେ ୧୯୮୦ ମସିହାରୁ ଆରମ୍ଭ ହୋଇଥିବା ଉତ୍ତପ୍ତିକରଣ ଗତ କିଛିବର୍ଷ ହେଲା ଅଧିକରୁ ଅଧିକ ଅନୁଭୂତ ହେବାରେ ଲାଗିଛି ।

ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ସପ୍ତାହ ବେଳକୁ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁହୁଡ଼ିର ସମ୍ଭାବନା ଅଛି ।

Share