୨୦୨୪ରୁ ଆଦର୍ଶ ଗୁରୁକୁଳରେ ପାଠପଢ଼ା

ପୁରୀ ଅଫିସ, ୧୪ା୩:ମାଟିତୋଟା ଅଞ୍ଚଳରେ ପ୍ରସ୍ତାବିତ ଆଦର୍ଶ ଗୁରୁକୁଳରେ ଖୁବ୍‌ଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀମାନେ ପାଠ ପଢ଼ିବେ। ଏ ନେଇ ପୂର୍ବରୁ ବିର୍ଲା ଫାଉଣ୍ଡେଶନ ସହ ଏମ୍‌ଓୟୁ ସରିଥିବାବେଳେ ୨୦୨୪ ମସିହାରୁ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି। ସୋମବାର ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକରେ ଆଦର୍ଶ ଗୁରୁକୁଳ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଏସ୍‌ପି କନୱର ବିଶାଲ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ବିର୍ଲା ଫାଉଣ୍ଡେଶନର ସଦସ୍ୟଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇ କହିଛନ୍ତି, ସେବାୟତଙ୍କ ପାଇଁ ହେବାକୁ ଥିବା ଗୁରୁକୁଳର ଲେ-ଆଉଟ ପ୍ଲାନ ଅନୁମୋଦନ ନେଇ ଆଲୋଚନା ହୋଇଥିଲା। ଲେ ଆଉଟ ପ୍ଲାନ ଅନୁମୋଦନ କରାଯାଇଛି। ପୂର୍ବରୁ ବିର୍ଲା ଫାଉଣ୍ଡେଶନ ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇସାରିଛି। ଏହି ଗୁରୁକୁଳରେ ଶ୍ରୀମନ୍ଦିର ସେବାୟତ ପରିବାରର ପିଲା ଓ ବାହାର ବିଦ୍ୟାର୍ଥୀ ପଢ଼ିପାରିବେ। ତେବେ ସେବାୟତ ଘରର ପିଲାଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ଆରକ୍ଷଣ ରହିବ। ବୈଠକରେ ଏହାପରେ ସମ୍ପୂର୍ଣ୍ଣ ଡ୍ରଇଁ ପ୍ରସ୍ତୁତ କରାଯିବ। ପରେ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯିବ। ଯଥାଶୀଘ୍ର ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଚେଷ୍ଟା ଚାଲିଛି। ସମୁଦାୟ ୩୨ ଏକର ଜାଗାରେ ଗୁରୁକୁଳ ନିର୍ମାଣ କରାଯିବ ବୋଲି ଯାଦବ କହିଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ସମସ୍ତ ତଥ୍ୟ ଆସିବା ଓ ମାଟି ପରୀକ୍ଷା ପରେ ଗୁରୁକୁଳ ନିର୍ମାଣ ପାଇଁ ଟେଣ୍ଡର ଡକାଯିବ। ପରେ ପଞ୍ଜିକା ଦେଖାଯାଇ ଶୁଭତିଥି ନିର୍ଣ୍ଣୟ କରାଯାଇ ମୁଖ୍ୟମନ୍ତ୍ରୀ ଏବଂ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଗୁରୁକୂଳ ପାଇଁ ଭୂମି ପୂଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଗୁରୁକୁଳ ଚଳାଇବା ପାଇଁ ଗଠିତ ସୋସାଇଟି ସହ ଆଗକୁ ବୈଠକ ବସିବ। ସମ୍ପୃକ୍ତ ସ୍ଥାନକୁ ସୋସାଇଟିକୁ ହସ୍ତାନ୍ତର କରାଯିବ। ଆଉ କିଛି ଯାହା ପ୍ରକ୍ରିୟା ରହିଛି ତାହା ଶେଷ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞଶାଳା, ଖେଳପଡ଼ିଆ ଓ ହଷ୍ଟେଲ ପ୍ରଭୃତି ନିର୍ମାଣ କରାଯିବ। ୬ ଏକର ଜାଗାରେ ହଷ୍ଟେଲ, ୮ ଏକରରେ ଖେଳପଡ଼ିଆ, ୪ ଏକରରେ ମନ୍ଦିର ନିର୍ମାଣ ହେବ। ପ୍ରଥମେ ଏକାଡେମୀ ସେକ୍ସନ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri