Posted inଖେଳ

୨୦୨୧ ପର୍ଯ୍ୟନ୍ତ ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଇଭେଣ୍ଟ ଘୁଞ୍ଚିଲା

ମଣ୍ଟ୍ରିଲ,୧୨।୪ (ଏଏଫ୍‌ପି): ବର୍ଷର ଅନ୍ତିମ ତଥା ଚତୁର୍ଥ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ଠିକ୍‌ ପୂର୍ବରୁ ଖେଳାଯାଉଥିବା ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ବାର ରୋଜର୍ସ କପ୍‌କୁ ଘୁଞ୍ଚାଇ ଦିଆଯାଇଛି। ଏଥର ଏହି ଟେନିସ ଇଭେଣ୍ଟକୁ ବାତିଲ କରାଯାଇଛି ଓ ୨୦୨୧ ପର୍ଯ୍ୟନ୍ତ ଏହା ଆୟୋଜନ ହେବନାହିଁ। ଏ ନେଇ ଇଭେଣ୍ଟ ଅଫିସିଆଲମାନେ ସୂଚନା ଦେଇଛନ୍ତି।
ଏଥର ଏହି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ଅଗଷ୍ଟ ୭ରୁ ୧୬ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ ସଂକ୍ରମଣ କାରଣରୁ ଉତ୍ତରପୂର୍ବ କାନାଡ଼ାସ୍ଥିତ କ୍ୱେବେକ ପ୍ରୋଭିନ୍ସ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସବୁ ଟୁର୍ନାମେଣ୍ଟକୁ ବାତିଲ କରିଛି। ଫଳରେ ଏହି ଟୁର୍ନାମେଣ୍ଟ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଫଳରେ ଏହାକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ଡବ୍ଲୁୃ୍ୟଟିଏ ତରଫରୁ ସୂଚନା ଦିଆଯାଇଛି।
ଠିକ୍‌ ସମୟ ବେଳକୁ ପରିସ୍ଥିତିରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଥିଲା। ତେବେ ଏପରି ହୋଇ ନ ଥିଲା। ଫଳରେ ଏପରି କଠୋର ନିଷ୍ପତ୍ତି ନେବାକୁ ହେଲା ବୋଲି ଟୁର୍ନାମେଣ୍ଟ ଡାଇରେକ୍ଟର ଇୟୁଗେନି ଲାପିଏରେ କହିଛନ୍ତି।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ କାରଣରୁ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ମେ- ଜୁନ୍‌ ବଦଳରେ ସେପ୍ଟେମ୍ବର- ଅକ୍ଟୋବରରେ ଆୟୋଜନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଯଦି ଏପରି ହୁଏ ୟୁଏସ୍‌ ଓପନର ଠିକ ଗୋଟିଏ ସପ୍ତାହ ପରେ ଫ୍ରେଞ୍ଚ୍‌ ଓପନ ଆୟୋଜନ ହେବ। ଅନ୍ୟପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଓ୍ବିମ୍ବେଲଡନ ପ୍ରଥମଥର ପାଇଁ ବାତିଲ ହୋଇଛି। ଏହା ଅର୍ଥ ଯେ, ପୂର୍ବର ଟେନିସ ଇଭେଣ୍ଟଗୁଡିକ ଜୁଲାଇ ୧୩ ପରେ ଚାଲୁ ରହିବ। ଏପଟେ ଜୁଲାଇ ୧୨ ପର୍ଯନ୍ତ ଡବ୍ଲ୍ୟୁଟିଏ ଟୁର ତା’ର ସବୁ ଇଭେଣ୍ଟଗୁଡିକୁ ସସ୍‌ପେଣ୍ଡ କରିଛି। ଆସନ୍ତାମାସ ଶେଷ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଡବ୍ଲ୍ୟୁଟିଏ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri