୨୦୨୧ରେ ଜନଗଣନା;ମୋବାଇଲ ଫୋନ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନିଆଯିବ

ନୂଆଦିଲ୍ଲୀ,୪-୮: ଭାରତ ସରକାର ଜନଗଣନା କରିବାକୁ ଯାଉଛନ୍ତି। ୨୦୨୧ରେ ଦେଶରେ ଜଣଗଣନା ହେବ। ଏହି ପ୍ରକ୍ରିୟାରେ ସରକାରୀ କର୍ମଚାରୀ ଘରକୁ ଘର ବୁଲି ପରିବାରଠାରୁ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ। ପରିବାରରେ ଲୋକସଂଖ୍ୟା, ଆର୍ଥିକ ସ୍ତର, ଧର୍ମ, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଫୋନ, ଇଣ୍ଟରନେଟ ବ୍ୟବହାର,ଡିଟୁଏଚ୍‌/କେବୁଲ ଟିଭି ସଂଯୋଗ, ବାସସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।
ଜନଗଣନା ପ୍ରକ୍ରିୟା ୩ ପର୍ଯ୍ୟାୟ ବିଶିଷ୍ଟ ହେବ। ପ୍ରଥମ ପଯର୍‌ୟାୟ ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ୨୦୨୧ ଫେବୃୟାରୀ ୯ରୁ ୨୮ ଯାଏ ଚାଲିବ। ମାର୍ଚ୍ଚ ପହିଲାରୁ ୫ ମଧ୍ୟରେ ସଂଶୋଧନ କରାଯାଇପାରିବ। ସୂଚନାଥାଉ କି, ୨୦୧୧ରେ ପ୍ରଥମ ଥର ନ୍ୟାଶନାଲ ପପୁଲେଶନ ରେଜିଷ୍ଟର(ଏନ୍‌ପିଆର୍‌) ପ୍ରସ୍ତୁତ କରାଯାଇଥିଲା। ଏହାକୁ ସରକାର ୨୦୧୬ରେ ଜାରି କରିଥିଲେ। ୧୪୮ ବର୍ଷର ଇତିହାସରେ ପ୍ରଥମଥର ଜନଗଣନା ତଥ୍ୟ ଏକ ମୋବାଇଲ ଆପ୍‌ ଜରିଆରେ ସଂଗ୍ରହ କରାଯିବ। ଏହି ଆପ୍‌ ଆଣ୍ଡ୍ରଏଡ୍‌ ଫୋନରେ ଉପଲବ୍ଧ ହେବ। ଚଳିତଥର ଜଣଗଣନା ବେଳେ ଜାତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ ନାହିଁ। ୨୦୧୧ରେ ଜନଗଣନା ବେଳେ ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା କରାଯାଇଥିଲେ ସୁଦ୍ଧା ଏହା ଆଜିଯାଏ ପ୍ରକାଶ କରାଯାଇନାହିଁ। ୩୪ ପ୍ରସଙ୍ଗ ଆଧାରରେ ଜନଗଣନା କରାଯିବ। ତେବେ ଚଳିତ ଜନଗଣନାରେ ପରିବାରରେ ପୁରୁଷ ଓ ମହିଳାଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ପ୍ରଶ୍ନ ପଚରାଯିବ ନାହିଁ।
ଜଣେ ଅଧିକାରୀ କହିଛନ୍ତି ଯେ, ଡାଟା ତୁଳନା କରିବା ବେଳେ ଏହାକୁ ନେଇ ତର୍ଜମା ହେଉ ନ ଥିବାରୁ ଏହାକୁ ଚଳିତ ଜନଗଣନାରୁ ବାଦ୍‌ ଦିଆଯାଇଛି। ଏଥର ତୃତୀୟ ଲିଙ୍ଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଜମ୍ମୁ-କଶ୍ମୀର, ବରଫାଞ୍ଚଳ କୁହାଯାଉଥିବା ହିିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୦ ସେପ୍ଟେମ୍ବର ୧୧ରୁ ୩୦ ଯାଏ ସଂଖ୍ୟା ନିରୂପଣ କରାଯିବ। ଅକ୍ଟୋବର ପହିଲାରୁ ୫ ମଧ୍ୟରେ ସଂଶୋଧନ କରାଯାଇପାରିବ। ଏହିସବୁ ଅଞ୍ଚଳରେ ୨୦୨୦ ଅକ୍ଟୋବର ପହିଲାରୁ ଜନଗଣନା କରାଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ୨୦୧୧ ଜନଗଣନାରେ ୨୭ ଲକ୍ଷ କର୍ମଚାରୀ ନିୟୋଜିତ ଥିବା ବେଳେ ଚଳିତ ଥର ୩୧ ଲକ୍ଷ ନିୟୋଜିତ ହେବେ। ଜନଗଣନା ଲାଗି ନିୟୋଜିତ କର୍ମଚାରୀଙ୍କୁ ୯୦ ଜାତୀୟ ପ୍ରଶିକ୍ଷକ, ୧୮୦୦ ମାଷ୍ଟର ଟ୍ରେନର ଓ ଯଥେଷ୍ଟ ସଂଖ୍ୟାରେ ଫିଲ୍ଡ ଟ୍ରେନରଙ୍କୁ ନିଯୁକ୍ତ କରାଯିବ। ସେମାନେ ଫିଲ୍ଡରେ ବୁଲିବାକୁ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ୨୦୨୧ର ଜନଗଣନା ଲାଗି ଚଳିତ ବର୍ଷ ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୩୦ ମଧ୍ୟରେ ପ୍ରାକ୍‌ ପ୍ରସ୍ତୁତି ଆୟୋଜନ କରାଯିବ। ଏଥିରେ ଦେଶର ୫ ହଜାର ବ୍ଲକ୍‌ରେ ଜନଗଣନାକାରୀ ୪୦ରୁ ୫୦ ଲକ୍ଷ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri