୨୦୨୦-୨୧ ଆର୍ଥିକ ବର୍ଷ:ବଜେଟ ପାଇଁ ମତାମତ ଆହ୍ବାନ କଲା ଅର୍ଥ ବିଭାଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଜେଟ ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ସହଭାଗିତାକୁ ଏଥିରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସେହିକ୍ରମରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଭାଗୀୟ ପ୍ରମୁଖ ସଚିବ ଅଶୋକ ମୀନାଙ୍କ ପକ୍ଷରୁ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ କରାଯାଇ ସାଧାରଣ ଜନତାଙ୍କ ମତାମତ ଲୋଡ଼ାଯାଇଛି। ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ୍‌ ପୋର୍ଟାଲ, ଇ-ମେଲ, ହ୍ବାଟ୍ସ ଅପ୍‌ ଏବଂ ସ୍ବତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଛି।
ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ବଜେଟ ପ୍ରସ୍ତୁତି ସମ୍ପର୍କିତ ଯେ କୌଣସି ପରାମର୍ଶ odisha.budget@gov.in ଇ-ମେଲକୁ ପଠାଇ ପାରିବେ। ସେହିପରି ୯୪୩୮୧୬୧୧୧୧ ନମ୍ବରରେ ହ୍ବାଟ୍ସ ଅପ୍‌୍‌ ଏବଂ ଏସ୍‌ଏମ୍‌ଏସ୍‌ କରିପାରିବେ। ଏଥିପାଇଁ ୧୯ ଡିସେମ୍ବରରୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ସମୟସୀମା ରହିଛି। ଆସନ୍ତା ଫେବୃୟାରୀ ୧୫ ସୁଦ୍ଧା ବଜେଟ ପ୍ରସ୍ତୁତି ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଫେବୃୟାରୀ ପ୍ରଥମାର୍ଦ୍ଧରେ କେନ୍ଦ୍ରୀୟ ବଜେଟ ଆଗତ ହେବାର ସମ୍ଭାବନା ରହିଛି। ତେଣୁ କେନ୍ଦ୍ର କେତେ ଅର୍ଥ ପ୍ରଦାନ କରୁଛି, ତାହାକୁ ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ବ୍ୟୟବରାଦ କରାଯିବ ବୋଲି ଜଣାପଡ଼ିଛି। ବଜେଟ ପ୍ରସ୍ତୁତି ପୂର୍ବରୁ ସମସ୍ତ ଅଂଶୀଦାରଙ୍କ ମତାମତ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବ ବୋଲି ଆଶା କରାଯାଉଛି। ୯ଟି ବିଭାଗର ବଜେଟ ପ୍ରସ୍ତୁତି ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ପୂର୍ବ ବଜେଟଗୁଡ଼ିକରୁ ଶିକ୍ଷା ନେଇ ଯେତିକି ଖର୍ଚ୍ଚ ଆବଶ୍ୟକ ସେତିକି ଅର୍ଥ ମାଗିବା ପାଇଁ କୁହାଯାଇଛି। ଥରେ ପୂର୍ଣ୍ଣକାଳୀନ ବଜେଟ ଆସିବା ପରେ ଯେପରି ଅତିରିକ୍ତ ବଜେଟରେ ବ୍ୟୟବରାଦ ଆବଶ୍ୟକ ନ ପଡ଼େ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗଗୁଡିକୁ ପରାମର୍ଶ ଦିଆଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରାମର୍ଶ ଅନୁଯାୟୀ ବଜେଟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ଆସନ୍ତା ୨୧ ସୁଦ୍ଧା ବିଭାଗଗୁଡ଼ିକ ମତାମତ ଦେଇପାରିବେ ବୋଲି ଜଣାପଡ଼ିଛି। ଜିଏସ୍‌ଟି ବାବଦକୁ ଗତ ଅଗଷ୍ଟ/ସେପ୍ଟେମ୍ବର ରାଜ୍ୟ ୧୧୪୨ କୋଟି କେନ୍ଦ୍ରଠାରୁ ପାଇଛି। ଅନୁରୂପଭାବେ ଅକ୍ଟୋବର/ନଭେମ୍ବର ବାବଦକୁ ରାଜ୍ୟ ପ୍ରାୟ ୧୧୫୦ କୋଟି ଟଙ୍କା ପାଇବ ବୋଲି ଜଣାପଡ଼ିଛି। ଚିଟ୍‌ଫଣ୍ଡ ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ଫେରାଇବା ପାଇଁ ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ସରକାର ସକାରାତ୍ମକ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ କର୍ମଚାରୀଙ୍କୁ ଗତ ୨୦୧୭ ବର୍ଷରେ ନୂତନ ଦରମା ଦେବା ପରେ, ୨୦୧୬ ପହିଲାରୁ ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ବର୍ଦ୍ଧିତ ଦରମାର ବକେୟା ବାବଦ ପ୍ରାପ୍ୟରୁ କର୍ମଚାରୀମାନେ ମାତ୍ର ୪୦ ପ୍ରତିଶତ ପାଇଛନ୍ତି। ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ବି ୬୦ ପ୍ରତିଶତ ବକେୟା ଦରମା କର୍ମଚାରୀମାନେ ପାଇନାହାନ୍ତି। ଏହି ଅର୍ଥ ପ୍ରଦାନ ନେଇ ଶୀର୍ଷସ୍ତରରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri