Categories: ଜାତୀୟ

୨୦୨୦ ସୁଦ୍ଧା ଦେଶର ୮୪ ବିମାନ ବନ୍ଦରରେ ଲାଗିବ ବଡ଼ି ସ୍କାନର

ନୂଆଦିଲ୍ଲୀ,୨।୬: ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଖୁବ୍‌ ଶୀଘ୍ର ବଡ଼ିସ୍କାନର ଲଗାଯିବାର ଯୋଜନା କରାଯାଇଛି। ୨୦୨୦ ସୁଦ୍ଧା ଦେଶର ୮୪ ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ। ସମ୍ପ୍ରତି ବିମାନ ବନ୍ଦରରେ ଥିବା ମେଟାଲିକ୍‌ ବଡ଼ିସ୍କାନର ଦ୍ୱାରା କେବଳ ଧାତବ ପଦାର୍ଥ ସମ୍ପର୍କରେ ସୂଚନା ମିଳିପାରୁଛି। ମାତ୍ର ବଡ଼ିସ୍କାନର ସହାୟତାରେ ଉଭୟ ଧାତବ ତଥା ଅଣ-ଧାତବ ପଦାର୍ଥ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ପକ୍ଷରୁ କୁହାଯାଇଛି। ଏବେ ଦେଶରେ ୧୦୫ଟି ବିମାନବନ୍ଦର ଥିବାବେଳେ ସେଥିମଧ୍ୟରୁ ୨୮ଟି ଅତି ସମ୍ବେଦନଶୀଳ ବନ୍ଦର ଭାବେ ଚିହ୍ନଟ ହୋଇଛି। ସେହିପରି ୫୬ ବନ୍ଦରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ସମ୍ବେଦନଶୀଳ ତଥା ଅତି ସମ୍ବେଦନଶୀଳ ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୦ ସୁଦ୍ଧା ବଡ଼ି ସ୍କାନର ଲଗାଯିବ। ସେହିପରି ଅବଶିଷ୍ଟ ବନ୍ଦରରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ବ୍ୟବସ୍ଥା ସ୍ଥାପିତ କରାଯିବାର ଯୋଜନା ରହିଛି।

Share