Posted inଜାତୀୟ

୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି

ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ ଦିନ। ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପୁଣି ଲେଖାହେବ ଆଉ ଗୋଟିଏ ବର୍ଷର ଇତିହାସ, ଯାହା କାଳ କାଳ ଲାଗି ପଢ଼ାହେବ ରାଜନୀତିର ପାଠଶାଳା ଆଉ ପ୍ରୟୋଗଶାଳାରେ। ଭାରତ କଥା ଦେଖିଲେ ଜାତୀୟ ରାଜନୀତି ପାଇଁ ବିଦାୟୀ ବର୍ଷ ଯେତିକି ଘଟଣାବହୁଳ ଥିଲା, ସେତିକି ଗୁରୁତ୍ୱପୂର୍ଣ୍ଣ ଓ ବିବାଦୀୟ ମଧ୍ୟ ଥିଲା। ୨୦୧୯ରେ ନବପ୍ରଣୀତ ଜାତୀୟ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ, ପୁଣି ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରାଇବା ପରେ ଦେଶବ୍ୟାପୀ ଏହାକୁ ପ୍ରୟୋଗ ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏନ୍‌ଆର୍‌ସିକୁ ନେଇ ବେଳେବେଳେ ଭିନ୍ନ ଭିନ୍ନ କଥା କହୁଛନ୍ତି। ତେବେ ଏହି ସିଏଏ, ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିକୁ ଧରି ପ୍ରାୟ ମାସେ ହେବ ଦେଶ ଅଶାନ୍ତ ରହିଛି, ଯାହାର ଅଡ଼ୁଆ ନୂଆବର୍ଷରେ ବି ଲାଗିରହିବ। ଏହାସହ ୩୭୦ ଉଚ୍ଛେଦ ପରବର୍ତ୍ତୀ କଶ୍ମୀରରେ ସ୍ଥିତି ସୁଧାରିବା ତଥା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭଳି ପୁରୁଣା ବର୍ଷର ଅନେକ ଯୋଜନାର ରୂପାୟନ ଓ ପ୍ରଣୟନ ହୋଇଥିବା ଆଇନକୁ କାର୍ଯ୍ୟକାରୀ କରାଇବା ମୋଦି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ୍ୟବକ୍ତ କରୁଛନ୍ତି।

ନାଗରିକତ୍ୱ ବିବାଦ
ସିଏଏକୁ ନେଇ ବିବାଦ ଆଜିର ନୁହେଁ, ଯଦିଓ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି)କୁ ନେଇ ବିବାଦ, ବିଦ୍ରୋହ ଡିସେମ୍ବର ୧୨ରେ ଏହା ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉଗ୍ରରୂପ ଧାରଣ କରିଛି। ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତିତ ସଂଖ୍ୟାଲଘୁ (ମୁସଲମାନମାନଙ୍କୁ ଛାଡ଼ି) ଭାରତରେ ନାଗରିକତ୍ୱ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ସିଏଏକୁ ନେଇ ଦେଶର ବିଭିନ୍ନ ଭାଗରେ ବିକ୍ଷୋଭ ଓ ଆନ୍ଦୋଳନ ଲାଗିରହିଛି। ଏହା ନ ଥମୁଣୁ ସରକାର ଏନ୍‌ପିଆରକୁ ମଞ୍ଜୁରୀ ଦେଇଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା ସାରା ଦେଶରେ ରହୁଥିବା ବାସିନ୍ଦାଙ୍କ ଏକ ରେଜିଷ୍ଟାର ହେବ। ଏଥିରୁ ଦେଶର ବାସିନ୍ଦାଙ୍କ ସଂଖ୍ୟା ଓ ସେମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ସମ୍ପର୍କରେ ଜାଣିହେବ। ଉକ୍ତ ତଥ୍ୟଗୁଡ଼ିକୁ କେନ୍ଦ୍ର ସରକାର ଏନ୍‌ଆର୍‌ସି ପ୍ରସ୍ତୁତ କରିବାରେ ବ୍ୟବହାର କରିବେ ବୋଲି ବିରୋଧୀ ଦଳଗୁଡ଼ିକ ଏହାକୁ ମଧ୍ୟ ବିରୋଧ କରୁଛନ୍ତି।
ଅଯୋଧ୍ୟା
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବା ନିମନ୍ତେ ସୁପ୍ରିମକୋର୍ଟ ନଭେମ୍ବର ମାସରେ ପଥ ପରିଷ୍କାର କରିଛନ୍ତି। ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୁସଲିମ୍‌ ପକ୍ଷଙ୍କୁ ମସ୍‌ଜିଦ ପାଇଁ ୫ ଏକର ନିର୍ବିବାଦୀୟ ଜମି ଉପଯୁକ୍ତ ସ୍ଥାନରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହାକୁ ବିରୋଧ କରି କେତେକ ମୁସଲିମ୍‌ ସଙ୍ଗଠନ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଟ୍ରଷ୍ଟରେ ରହିବା ପାଇଁ ସାଧୁସନ୍ଥମାନଙ୍କ ମଧ୍ୟରେ ବିବାଦ ଅଡ଼ୁଆ ବଢ଼ାଇପାରେ ା ମନ୍ଦିର ନିର୍ମାଣ ଭାଜପାର ହିନ୍ଦୁତ୍ୱବାଦୀ ଏଜେଣ୍ଡା ମଧ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଥିବାବେଳେ ନୂଆବର୍ଷରେ ମନ୍ଦିର ନିର୍ମାଣ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
କଶ୍ମୀର
ଅଗଷ୍ଟ ୧୫ରେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରିବା ସହ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦କୁ ହଟାଇଦେଇଥିଲେ। ଆତଙ୍କବାଦୀଙ୍କ ସର୍ବାଧିକ ପ୍ରଭାବ ରହିଥିବା ଦେଶର ଏହି ସୀମାନ୍ତ ରାଜ୍ୟରେ ୩୭୦ ଉଚ୍ଛେଦ ପରବର୍ତ୍ତୀ ସ୍ଥିତିରେ ସୁଧାର ଆଣିବା ପାଇଁ ଯବାନମାନେ ପ୍ରୟାସ ଜାରି ରଖିଛନ୍ତି। ହେଲେ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି ପାଇଁ ନିଜ ଉଦ୍ୟମରୁ ଓହରିନାହିଁ ପାକିସ୍ତାନ। ଏସବୁ ମଧ୍ୟରେ କଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରାଇ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।
ଅର୍ଥନୀତି
ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଲାଗୁ ପରଠୁ ନଇଁପଡ଼ିଥିବା ଦେଶର ଅର୍ଥନୀତିକୁ ସଜାଡ଼ି ବିରୋଧୀଙ୍କ ମୁହଁ ବନ୍ଦ କରିବା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପାଇଁ ନୂଆବର୍ଷରେ ସବୁଠୁ ବଡ଼ ଆହ୍ବାନ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ରମଶଃ ନିମ୍ନଗାମୀ ହେଉଛି। ବର୍ତ୍ତମାନ ଏହା ୪.୫% ରହିଛି, ଯାହାକି ୬ ବର୍ଷରେ ସର୍ବନିମ୍ନ। ଜିଡିପି ସହ ଅଭିବୃଦ୍ଧି ହାର ବଢ଼ାଇବା ଜରୁରୀ ହୋଇପଡ଼ିଛି। ଡଲାର ତୁଳନାରେ ମୁଦ୍ରାର ବିନିମୟ ମୂଲ୍ୟ କମିବାରେ ଲାଗିଛି। ଏବେ ଏକ ଡଲାର ସମାନ ଟ ୭୧.୩୬ ପଇସା ଭାରତୀୟ ମୁଦ୍ରା। ଏହାକୁ ବାଟକୁ ଆଣିବା ସହ ଚାହିଦା ବଢ଼ାଇବା, ଉଭୟ ଘରୋଇ ଓ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଉପରେ ଜୋର ଦିଆଯିବା ଆବଶ୍ୟକ। ନିଯୁକ୍ତି ସଙ୍କଟ ଦେଶରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ବେକାରି ହାର ୪୫ ବର୍ଷର ସୀମା ଟପିଛି। ଶିଳ୍ପ ଉତ୍ପାଦନ ଲଗାତର ହ୍ରାସ ପାଉଛି। ନଭେମ୍ବରରେ ଏହା ୧.୫% କମିଥିଲା ବୋଲି ଏବେ ଜଣାପଡ଼ିଛି। ଏସବୁ ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପୁଣି ଆଣିବାକୁ ଯାଉଛନ୍ତି ନୂଆ ଆର୍ଥିକବର୍ଷର ବଜେଟ। ବଜେଟରେ କାହାକୁ କେମିତି ଖୁସ୍‌ କରିବେ ସେନେଇ କସରତ ଆରମ୍ଭ କରିଦେଇଛନ୍ତି ଉଭୟ ସୀତାରାମନ ଓ ମୋଦି ଫେବୃୟାରୀ ୧ରେ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରାଯିବା ପରେ ଜଣାପଡ଼ିବ ଦେଶର ଆର୍ଥିକ ଗତି କେଉଁ ଆଡ଼କୁ।
ଦରଦାମ ବୃଦ୍ଧି
ତୈଳ ଦର ଆକାଶଛୁଆଁ ହେବା ପରେ ପରିବହନ ମୂଲ୍ୟ ମଧ୍ୟ ବଢ଼ିଯାଇଛି। ଏଥିଯୋଗୁ ସାମଗ୍ରୀଗୁଡ଼ିକର ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ। ଜିଏସ୍‌ଟି ଲାଗୁ ହେବା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଲୋକେ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଚାହିଦା ଓ ଆବଶ୍ୟକତାରେ ସନ୍ତୁଳନ ରକ୍ଷାକରି ଦରଦାମକୁ ସ୍ଥିର କରିବା ସରକାରଙ୍କ ଅର୍ଥନୀତିଜ୍ଞମାନଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛି।
ବଳାତ୍କାର
ବିଦାୟୀ ବର୍ଷରେ ମହିଳା ବିରୋଧୀ ହିଂସାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଆସିଛନ୍ତି ବିଭିନ୍ନ ଦଳର ନେତା। ରାଜ୍ୟରେ ଆଇନଶୃଙ୍ଖଳା ରାଜ୍ୟ ସରକାରଙ୍କ ପରିସରଭୁକ୍ତ ହୋଇଥିଲେ ହେଁ ଅପହରଣ, ବଳାତ୍କାର, ବର୍ବରତା ପରେ ହତ୍ୟା ଭଳି ମହିଳା ବିରୋଧୀ ହିଂସାକୁ ନୂଆ ଆଇନ ବଳରେ ରୋକିବା କେନ୍ଦ୍ରର ମଧ୍ୟ ଦାୟିତ୍ୱ ହେବ। କାରଣ ଏହାକୁ ନେଇ ଦେଶ ବଦନାମ ହେଉଛି। ଏଥିପାଇଁ ସବୁଠୁ ବେଶି ଦାୟୀ ଉତ୍ତରପ୍ରଦେଶ, ଯେଉଁଠି ରହିଛି ଦେଶର ସର୍ବାଧିକ ୮୦ ଲୋକ ସଭା ଆସନ। ଏଠି ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଉନ୍ନାଓଠୁ ନେଇ ରାଜ୍ୟର ବିଭିନ୍ନ ଭାଗରେ ବଳାତ୍କାରକୁ ନେଇ ସମାଲୋଚନାର ଶିକାର ହୋଇଆସିଛନ୍ତି।
ନିର୍ବାଚନ
ଦିଲ୍ଲୀ ବିଧାନସଭାର ବିଗତ ନିର୍ବାଚନରେ ଭାଜପାକୁ ମୋଟ ୭୦ ଆସନ ମଧ୍ୟରୁ ମାତ୍ର ୩ ନିର୍ବାଚନମଣ୍ଡଳୀରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୬୭ ଆସନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଠନ କରିଥିଲା। ଇତିମଧ୍ୟରେ ଦିଲ୍ଲୀ ମହାନଗର ନିଗମ ଓ ଲୋକ ସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଉନ୍ନତ ହୋଇଛି। ଆସନ୍ତା ଫେବୃୟାରୀ ୨୨ରେ ବିଧାନସଭା ଅବଧି ଶେଷ ହେବାକୁ ଯାଉଥିବାବେଳେ ତା’ ପୂର୍ବରୁ ପୁଣିଥରେ ମୁହଁାମୁହଁ ହେବେ କେଜ୍‌ରିଓ୍ବାଲ ଏବଂ ମୋଦିଙ୍କ ସହ ତାଙ୍କର କ୍ୟାବିନେଟ ସହଯୋଗୀ ଓ ଭାଜପାର ବରିଷ୍ଠ ନେତାମାନେ। ଏହି ନିର୍ବାଚନ ସ୍ଥିର କରିବ ଦିଲ୍ଲୀ ରାଜନୀତିର ଅସଲ ବାଦ୍‌ଶାହା ମୋଦି ନା କେଜ୍‌ରିଓ୍ବାଲ। ତେଣୁ ଲଗାତର ୫ଟି ବିଧାନସଭା ହାତରୁ ଖସିଯିବା ପରେ ଭାଜପା ଚାଣକ୍ୟ ଶାହା ଏଥର କେଉଁ ରଣନୀତି ସ୍ଥିର କରୁଛନ୍ତି ତା’ ଉପରେ ମଧ୍ୟ ରହିବ ସମସ୍ତଙ୍କ ନଜର।

ଅନ୍ତର୍ଜାତୀୟ ସମ୍ପର୍କ
ଗୋଟିଏ ପଟେ ପାକିସ୍ତାନ ଅନ୍ୟପଟେ ଚାଇନା ସୁଯୋଗ ଖୋଜୁଛନ୍ତି ଭାରତକୁ ଅଡ଼ୁଆରେ ପକାଇବା ପାଇଁ। ସୀମାରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାବେଳେ ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ କରିବାରେ ଲାଗିଛନ୍ତି। ଉତ୍ତର-ପୂର୍ବ ସୀମାରେ ଚାଇନାର ଶକ୍ତିଶାଳୀ ପିଏଲ୍‌ଏ ଥରକୁ ଥର ଭାରତୀୟ ସୀମା ଭିତରକୁ ମାଡ଼ିଆସି ଆଧିପତ୍ୟ ଜାହିର କରୁଛି। ଏଭଳି ସମୟରେ ନୂଆବର୍ଷରେ ଦୁଇ ଅମାନିଆଁ ପଡ଼ୋଶୀଙ୍କୁ ଉଚିତ ଢଙ୍ଗରେ ମୁକାବିଲା କରିବା ବଡ଼ କଥା। ସେହିପରି ଆମେରିକା, ରୁଷିଆ, ଫ୍ରାନ୍ସ, ବ୍ରିଟେନ ସହିତ ସୁସମ୍ପର୍କ ରଖିବା ପାଇଁ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିବେ। ସୌଦି ଆରବ ଏବଂ ୟୁଏଇ ସହ ସମ୍ବନ୍ଧ ବଜାୟ ରଖିବା ଉଭୟ ଅର୍ଥନୀତି ଓ କୂଟନୀତି ଦୃଷ୍ଟିରୁ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri