Posted inଫୁରସତ

୨୦୧୯ରେ ଭାରତର ୧୦ ଧନୀ ରାଜ୍ୟ

ଭାରତ ସର୍ବଦା ସଂସ୍କୃତି ଏବଂ ଅର୍ଥବ୍ୟବସ୍ଥା ସହିତ ଯୋଡ଼ି ହୋଇରହିଛି। ଭାରତର କିଛି ରାଜ୍ୟ ସମୃଦ୍ଧିଶାଳୀ ଭାବେ ପରିଗଣିତ। ଯେଉଁ ରାଜ୍ୟର ବାର୍ଷିକ ଆୟ ଯେତେ ଅଧିକ ତା’ର ସେତିକି ପ୍ରଗତି ହୋଇଥାଏ। ଏକ ଆକଳନରୁ ଜଣାପଡ଼ିଛି, ବାର୍ଷିକ ଆୟ ହିସାବରେ ଭାରତରେ ୧୦ଟି ରାଜ୍ୟ ଧନୀ। ଜାଣନ୍ତୁ ଏ ସମ୍ପର୍କରେ …
ମହାରାଷ୍ଟ୍ର : ଏହାର ରାଜଧାନୀ ମୁମ୍ବାଇକୁ ଭାରତର ଆର୍ଥିକ ରାଜଧାନୀ କୁହାଯାଏ। ବ୍ୟାପକ ସୂଚନା ପ୍ରାଦ୍ୟୋଗିକ (ଆଇଟି) ଉଦ୍ୟୋଗ କ୍ଷେତ୍ରରେ ଏହା ସବୁଠୁ ଆଗରେ। ମହାରାଷ୍ଟ୍ରର ବାର୍ଷିକ ଆୟ ୨୫.୩୫ ଲକ୍ଷ କୋଟି।

ତାମିଲନାଡୁ : ଐତିହାସିକ ମନ୍ଦିର ଏବଂ ଅଦ୍ଭୁଦ ଖାଦ୍ୟପେୟ ପାଇଁ ତାମିଲନାଡୁ ପ୍ରସିଦ୍ଧ। ଏଠାରେ ସାକ୍ଷରତା ହାର ଅଧିକ। ଏଥିପାଇଁ ଏହାକୁ ‘ମଡେଲ ରାଜ୍ୟ’ କୁହାଯାଏ। ଏହାର ବାର୍ଷିକ ଆୟ ୧୩.୩୯ ଲକ୍ଷ କୋଟି।
କର୍ନାଟକ : ଏହାର ପ୍ରାଥମିକ କେନ୍ଦ୍ର ବେଙ୍ଗାଲୁରୁ ଦେଶର ସବୁଠୁ ବିକାଶଶୀଳ। ଏଠାରେ ଏକ ବିଶାଳ ଆଇଟି ଉଦ୍ୟୋଗ ରହିଛି। ଏହାର ବାର୍ଷିକ ଆୟ ୧୨.୮୦ କୋଟିରୁ ଊର୍ଦ୍ଧ୍ୱ।
ଗୁଜରାଟ : ଏହାଦେଶର ସବୁଠୁ ପ୍ରଭାବଶାଳୀ ରାଜ୍ୟ। ଏହାର ବର୍ତ୍ତମାନ ବାର୍ଷିକ ଆୟ ୧୨.୭୫ ଲକ୍ଷ କୋଟି। ଗୁଜରାଟକୁ ବ୍ୟବସାୟର ଅନୁକୂଳ ରାଜ୍ୟ କୁହାଯାଏ।

ପଶ୍ଚିମବଙ୍ଗ : କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଢାଞ୍ଚାଗତ ଗୁଣବତ୍ତାରେ ବୃଦ୍ଧି ଘଟୁଛି । ଏହାର ବାର୍ଷିକ ଆୟ ୯.୨୦ ଲକ୍ଷ କୋଟି।
ରାଜସ୍ଥାନ : ଏହାର ବର୍ତ୍ତମାନ ବାର୍ଷିକ ଆୟ ୭.୫୦ ଲକ୍ଷ କୋଟି। ରାଜସ୍ଥାନର ମୁଖ୍ୟ ଆୟ ପର୍ଯ୍ୟଟନ କ୍ଷେତ୍ରରୁ ହୋଇଥାଏ। ସେହିପରି କେରଳ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ବାର୍ଷିକ ଆୟ ଯଥାକ୍ରମେ ୭.୪୮ ଲକ୍ଷ କୋଟି, ୭.୫୦ ଲକ୍ଷ କୋଟି ଏବଂ ୭.୩୫ ଲକ୍ଷ କୋଟି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri