Categories: ଜାତୀୟ

୨୦୧୯ରେ ଭାରତରେ ୪ହଜାର ଶହେ ୯୬ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ: ୯ ହଜାର ୩ ଶହ କୋଟି କ୍ଷତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୧: ଗତ ୨୦୧୯ ବର୍ଷରେ ପୃଥିବୀର ୨୧ଟି ଦେଶରେ ମୋଟ ୧୮ ହଜାର ୨ ଶହ ୨୫ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ସେଥିମଧ୍ୟରୁ ୧୧ ହଜାର ୮ ଶହ ୫୭ ଘଣ୍ଟା ଇଣ୍ଟରନେଟ୍‌ ଉପରେ କଟକଣା ଜାରି ହୋଇଥିଲା। ସେହିପରି ସୋସିଆଲ ମିଡ଼ିଆ ଉପରେ ୬ ହଜାର ୩ ଶହ ୬୮ ଘଣ୍ଟା ପ୍ରତିବନ୍ଧକ ଜାରି ହୋଇଥିଲା। ଇଣ୍ଟରନେଟ୍‌ ସେବା ବନ୍ଦ ଦ୍ୱାରା ୫୭ ହଜାର ୩ଶହ ୨୪ କୋଟି ଟଙ୍କାର କ୍ଷତି ହୋଇଥିଲା। ଏନେଇ ବିପିଏନ୍‌ ଓ୍ବେବସାଇଟ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ତାଲିକାରରେ ମ୍ୟାନ୍‌ମାରରେ ସର୍ବାଧିକ ୪ ହଜାର ୮ଶହ ୮୦ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବା ଦର୍ଶାଯାଇଛି। ଏହା ଯୋଗୁ ୫ଶହ ୩୫ କୋଟି ଟଙ୍କା କ୍ଷତି ହୋଇଥିଲା। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଚାଦ୍‌ ରହିଛି। ଏଠାରେ ୨୦୧୯ରେ ୪ ହଜାର ୭ଶହ ୨୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ସେବା ବନ୍ଦ ଦ୍ୱାରା ୯ଶହ କୋଟିର କ୍ଷତି ହୋଇଥିଲା। ତାଲିକାର ତୃତୀୟ ସ୍ଥାନରେ ଭାରତ ରହିଛି। ଭାରତରେ ମୋଟ ୪ ହଜାର ଶହେ ୯୬ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ସେଥିମଧ୍ୟରୁ କେବଳ ଜମ୍ମୁ-କଶ୍ମୀରରେ ୩ ହଜାର ୬ ଶହ ୯୨ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ ରହିଥିଲା। ଏହାଦ୍ୱାରା ଭାରତରେ ୯ ହଜାର ୩ ଶହ କୋଟି ଟଙ୍କାର କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରରେ ଏହା ଯୋଗୁ ୭ ହଜାର ୬ ଶହ କୋଟି ଟଙ୍କାର କ୍ଷତି ହୋଇଥିଲା। ସେହିପରି ସୁଦାନରେ ୧୫ ଶହ ୬୦ ଘଣ୍ଟା ଏବଂ କଙ୍ଗୋରେ ୪ଶହ ୫୬ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ଏହା ଦ୍ୱାରା ଯଥାକ୍ରମେ ୧୩ ହଜାର ୨ ଶହ ୯୦ କୋଟି ଏବଂ ୪ ଶହ ୩୫ କୋଟି ଟଙ୍କାର କ୍ଷତି ହୋଇଥିବା ରିପୋର୍ଟରେ କୁହାଯାଇଛି।

Share