୨୦୦ ଲିଟର ଦେଶୀ ମଦ ସହ ଅଟୋ ଜବତ, ଜଣେ ଗିରଫ

ଭଦ୍ରକ ଅଫିସ,୧୦।୬: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଡାହାଣୀଗଡ଼ିଆ ଛକ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚରମ୍ପା ଆଡୁ ବାଇପାସ ଆଡକୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋରୁ(ଓଆର-୨୨ଏଫ୍‌-୯୨୩୭) ୨୦୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି। ଭଦ୍ରକ ଡାହାଣିଗାଡ଼ିଆ ଛକ ନିକଟରେ ଅଟୋ ଟିକୁ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ। ଅବକାରୀ ବିଭାଗର ସୂଚନା ଅନୁଯାୟୀ ଅଟୋରେ ୨୦୦ ଲିଟର ଦେଶୀ ମଦ ରହିଛି ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ। ଗିରଫ ବ୍ୟକ୍ତି ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା କାଁପଡାବିନ୍ଧା ଗ୍ରାମର ସୁଦାମ ମଳିକ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।