୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଖରିଫ ଚାଷ

ଜୟପୁର, ୧୩ା୬ (ନି.ପ୍ର.)- କୋରାପୁଟକୁ ମୌସୁମୀ ବର୍ଷା ଆସିଛି। ଏହାକୁ ନେଇ ଖରିଫ ଚାଷ ପାଇଁ ଚାଷୀ ଓ ପ୍ରଶାସନ ତପତ୍ରତା ପ୍ରକାଶ କରିଛନ୍ତି। ଖରିଫ ଋତୁରେ ଜିଲା କୃଷି କାର୍ଯ୍ୟାଳୟ ଧାନ ଚାଷ ସହ ତୈଳବୀଜ ଓ ଡାଲି ଜାତୀୟ ଫସଲ ଲାଗି ଯୋଜନା ରଖିଛି ା ଖରିଫ ଋତୁରେ ୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ବିଭିନ୍ନ ଫସଲ ଲାଗି ବିଭାଗ ଆକଳନ କରିଛି। ଧାନ ଚାଷ ୯୯ ହଜାର ହେକ୍ଟର ଜମିରେ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମକା ୨୧ ହଜାର ୧୦୦ ହେକ୍ଟର, ଯଅ ୪୯୦ ହେକ୍ଟର, ବାଜରା ୧୧୧ ହେକ୍ଟର, ମାଣ୍ଡିଆ ୫୮ ହଜାର ୩୫୦ ହେକ୍ଟର, ଛୋଟ ଶସ୍ୟ ୧୨ ହଜାର ୧୧୦ ହେକ୍ଟର, ଶସ୍ୟ ୭୧୦୬୧ ହେକ୍ଟର,ଡାଲି ଜାତୀୟ ଫସଲ ୨୧ ହଜାର ୫୯୦ ଶହ ହେକ୍ଟର ,୧୯ ହଜାର ୪୪୦ ହେକ୍ଟର ତୈଳବୀଜ ଜାତୀୟ ଫସଲ, ଝୋଟ ୧୪୨୨ ହେକ୍ଟର, ପନିପରିବା ୪୬ ହଜାର ୪୨୪ ହେକ୍ଟର, ମସଲା ଜାତୀୟ ୮ ହଜାର ୮ ଶହ ହେକ୍ଟର, ଆଖୁ ୭ ହଜାର ୨୯୫ ହେକ୍ଟର, ମରିଚ, ହଳଦୀ ଓ ଅଦା ୯ ହାଜର ୩୦ ହେକ୍ଟର, ଲେମନ ଗ୍ରାସ ୯ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଖରିଫ ଋତୁରେ ଚାଷୀଙ୍କୁ ୨୦୮ ଡିଲର ଓ ୨୦ଟି ଲ୍ୟାମ୍ପ ଜରିଆରେ ଧାନ ବିହନ ୧୬୬୭୦ କୁଇଣ୍ଟାଲ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ା ସେହିପରି ଫସଲ ନିମନ୍ତେ ୩୦ ହଜାର ୨ ଶହ ମେଟ୍ରିକ ଟନ ନାଇଟ୍ରଜେନ, ଫସଫରସ, ପଟାସ ଆଦି ସାର ଯୋଗାଇ ଦେବାକୁ ସ୍ଥିର ହୋଇଛି। ୨୦୨୦ ଖରିଫ ଋତୁରେ ୯୪ ହଜାର ୧୫୩ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ରହିଛି। ଅନ୍ୟ ଜମି ବର୍ଷା ଜଳ, ଝରଣା, ନଳକୁପ, ଗଭୀର କୂପ, ଉଠା ଜଳସେଚନ ଉପରେ ନିର୍ଭର କରେ। ୪୨ ହଜାର ୪୫୬ ହେକ୍ଟର ଜମି ବୃହତ ଜଳ ସେଚନ ଅଧୀନରେ ଆସୁଥିବା ବେଳେ ୫.୫ହଜାର ହେକ୍ଟର ଜମି ପାଇଁ କ୍ଷୁଦ୍ର ଜଳ ସେଚନ ସୁବିଧା ରହିଛି ା ୨୦ ହଜାର ହେକ୍ଟର ଜମିକୁ ଉଠା ଜଳସେଚନ ଜରିଆରେ ଜଳ ଯୋଗାଣ ହେଉଛି ା ଚଳିତ ବର୍ଷ ଭଲ ବର୍ଷା ହେବା ନେଇ ଆକଳନ କରାଯାଇଛି ା ଜିଲାର ୧୪ଟି ବ୍ଲକର ୨୨୬ ପଞ୍ଚାୟତ ଓ ୨୦୨୮ ଗ୍ରାମରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଖରିଫ ଚାଷ ପାଇଁ ଧାର୍ଯ୍ୟ ୨ ଲକ୍ଷ ୯୬ ହଜାର ହେକ୍ଟର ଜମିରୁ ଉଚ୍ଚା ଜମି ୧୮୩ ୯୯୦ ହେକ୍ଟର, ମଧ୍ୟମ ଜମି ୭୮.୫୩୦ ହେକ୍ଟର ଓ ଖାଲ ଜମି ୩୩.୪୮୦ ହେକ୍ଟର ରହିଛି। ଜିଲାରେ କ୍ଷୁଦ୍ର ଜଳସେଚନ ବିଭାଗରେ ଥିବା ୧୩୬୬ଟି ଉଠା ଜଳ ସେଚନ ପଏଣ୍ଟ ମଧ୍ୟରୁ ୨୧୭ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ା ଫଳରେ ୪ ହଜାର ୩ ଶହ ୪୦ ହେକ୍ଟର ଜମିରେ ଜଳସେଚନ ହୋଇପାରିବନି ବୋଲି ଜଣାଯାଇଛି ା ଏ ସମ୍ପର୍କରେ ଜିଲା ଉପ କୃଷି ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଯେ, ଜିଲାରେ ୩୦ ପ୍ରକାର ଚାଷ ହେବାକୁ ନିଷ୍ପତ୍ତି ହୋଇଛି ା ଏନେଇ ବିହନ,ସାର, କୀଟନାଶକ ଔଷଧ ଯୋଗାଣ ସବୁ ବ୍ୟବସ୍ଥା କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା

କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ...

ଚିନ୍ତା ବଢ଼ାଇଛି ଗୋଟିଏ ଦିନରେ ଦୁଇ ରାଜ୍ୟର ନିର୍ବାଚନ, ପ୍ରସ୍ତୁତି ପାଇଁ ଅଧିକାରୀଙ୍କ ଗୁରୁତ୍ୱ

ପଟାଙ୍ଗି,୧୧ା୪(ଶରତ ଧଳ): ଗୋଟିଏ ଦିନରେ ଦୁଇଟି ରାଜ୍ୟର ଦୁଇ ନିର୍ବାଚନ ମଣ୍ଡଳୀରେ ଲୋକ ସଭା, ବିଧାନସଭା ନିର୍ବାଚନ ହେଉଥିବା ତାରିଖକୁ ନେଇ ଦୁଇ ରାଜ୍ୟର ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri