୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଖରିଫ ଚାଷ

ଜୟପୁର, ୧୩ା୬ (ନି.ପ୍ର.)- କୋରାପୁଟକୁ ମୌସୁମୀ ବର୍ଷା ଆସିଛି। ଏହାକୁ ନେଇ ଖରିଫ ଚାଷ ପାଇଁ ଚାଷୀ ଓ ପ୍ରଶାସନ ତପତ୍ରତା ପ୍ରକାଶ କରିଛନ୍ତି। ଖରିଫ ଋତୁରେ ଜିଲା କୃଷି କାର୍ଯ୍ୟାଳୟ ଧାନ ଚାଷ ସହ ତୈଳବୀଜ ଓ ଡାଲି ଜାତୀୟ ଫସଲ ଲାଗି ଯୋଜନା ରଖିଛି ା ଖରିଫ ଋତୁରେ ୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ବିଭିନ୍ନ ଫସଲ ଲାଗି ବିଭାଗ ଆକଳନ କରିଛି। ଧାନ ଚାଷ ୯୯ ହଜାର ହେକ୍ଟର ଜମିରେ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମକା ୨୧ ହଜାର ୧୦୦ ହେକ୍ଟର, ଯଅ ୪୯୦ ହେକ୍ଟର, ବାଜରା ୧୧୧ ହେକ୍ଟର, ମାଣ୍ଡିଆ ୫୮ ହଜାର ୩୫୦ ହେକ୍ଟର, ଛୋଟ ଶସ୍ୟ ୧୨ ହଜାର ୧୧୦ ହେକ୍ଟର, ଶସ୍ୟ ୭୧୦୬୧ ହେକ୍ଟର,ଡାଲି ଜାତୀୟ ଫସଲ ୨୧ ହଜାର ୫୯୦ ଶହ ହେକ୍ଟର ,୧୯ ହଜାର ୪୪୦ ହେକ୍ଟର ତୈଳବୀଜ ଜାତୀୟ ଫସଲ, ଝୋଟ ୧୪୨୨ ହେକ୍ଟର, ପନିପରିବା ୪୬ ହଜାର ୪୨୪ ହେକ୍ଟର, ମସଲା ଜାତୀୟ ୮ ହଜାର ୮ ଶହ ହେକ୍ଟର, ଆଖୁ ୭ ହଜାର ୨୯୫ ହେକ୍ଟର, ମରିଚ, ହଳଦୀ ଓ ଅଦା ୯ ହାଜର ୩୦ ହେକ୍ଟର, ଲେମନ ଗ୍ରାସ ୯ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଖରିଫ ଋତୁରେ ଚାଷୀଙ୍କୁ ୨୦୮ ଡିଲର ଓ ୨୦ଟି ଲ୍ୟାମ୍ପ ଜରିଆରେ ଧାନ ବିହନ ୧୬୬୭୦ କୁଇଣ୍ଟାଲ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ା ସେହିପରି ଫସଲ ନିମନ୍ତେ ୩୦ ହଜାର ୨ ଶହ ମେଟ୍ରିକ ଟନ ନାଇଟ୍ରଜେନ, ଫସଫରସ, ପଟାସ ଆଦି ସାର ଯୋଗାଇ ଦେବାକୁ ସ୍ଥିର ହୋଇଛି। ୨୦୨୦ ଖରିଫ ଋତୁରେ ୯୪ ହଜାର ୧୫୩ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ରହିଛି। ଅନ୍ୟ ଜମି ବର୍ଷା ଜଳ, ଝରଣା, ନଳକୁପ, ଗଭୀର କୂପ, ଉଠା ଜଳସେଚନ ଉପରେ ନିର୍ଭର କରେ। ୪୨ ହଜାର ୪୫୬ ହେକ୍ଟର ଜମି ବୃହତ ଜଳ ସେଚନ ଅଧୀନରେ ଆସୁଥିବା ବେଳେ ୫.୫ହଜାର ହେକ୍ଟର ଜମି ପାଇଁ କ୍ଷୁଦ୍ର ଜଳ ସେଚନ ସୁବିଧା ରହିଛି ା ୨୦ ହଜାର ହେକ୍ଟର ଜମିକୁ ଉଠା ଜଳସେଚନ ଜରିଆରେ ଜଳ ଯୋଗାଣ ହେଉଛି ା ଚଳିତ ବର୍ଷ ଭଲ ବର୍ଷା ହେବା ନେଇ ଆକଳନ କରାଯାଇଛି ା ଜିଲାର ୧୪ଟି ବ୍ଲକର ୨୨୬ ପଞ୍ଚାୟତ ଓ ୨୦୨୮ ଗ୍ରାମରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଖରିଫ ଚାଷ ପାଇଁ ଧାର୍ଯ୍ୟ ୨ ଲକ୍ଷ ୯୬ ହଜାର ହେକ୍ଟର ଜମିରୁ ଉଚ୍ଚା ଜମି ୧୮୩ ୯୯୦ ହେକ୍ଟର, ମଧ୍ୟମ ଜମି ୭୮.୫୩୦ ହେକ୍ଟର ଓ ଖାଲ ଜମି ୩୩.୪୮୦ ହେକ୍ଟର ରହିଛି। ଜିଲାରେ କ୍ଷୁଦ୍ର ଜଳସେଚନ ବିଭାଗରେ ଥିବା ୧୩୬୬ଟି ଉଠା ଜଳ ସେଚନ ପଏଣ୍ଟ ମଧ୍ୟରୁ ୨୧୭ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ା ଫଳରେ ୪ ହଜାର ୩ ଶହ ୪୦ ହେକ୍ଟର ଜମିରେ ଜଳସେଚନ ହୋଇପାରିବନି ବୋଲି ଜଣାଯାଇଛି ା ଏ ସମ୍ପର୍କରେ ଜିଲା ଉପ କୃଷି ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଯେ, ଜିଲାରେ ୩୦ ପ୍ରକାର ଚାଷ ହେବାକୁ ନିଷ୍ପତ୍ତି ହୋଇଛି ା ଏନେଇ ବିହନ,ସାର, କୀଟନାଶକ ଔଷଧ ଯୋଗାଣ ସବୁ ବ୍ୟବସ୍ଥା କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

ଦିଲ୍ଲୀ ଯିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଜୟପୁର,୧୪ା୫(ପବନ ପାଣିଗ୍ରାହୀ): ଛତିଶଗଡ଼ର ଜଗଦଲପୁରଠାରୁ ଦିଲ୍ଲୀକୁ ୨୧ ତାରିଖରେ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ…

ବରଗଛ ଭାଙ୍ଗି ରାସ୍ତା ଅବରୋଧ

କୋରାପୁଟ,୧୪ା୫(ଅମିତାଭ ବେହେରା): କୋରାପୁଟ ସହରର ୨୬ନଂ.ଜାତୀୟ ରାଜପଥ ପାର୍ଶ୍ୱ ତଥ କଳାନିକେତନ ଛକ ନିକଟରେ ଏକ ପୁରୁଣା ବରଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା। ହେଲେ…

କ୍ଷୁଦ୍ର ପୋଲର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri