Categories: ଜାତୀୟ

୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବନି ସରକାରୀ ଚାକିରି

ଗୁଆହାଟୀ,୨୨।୧୦: ଏଣିକି ୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ମିଳିବନି। ଆସାମ ସରକାର ୨୦୨୧ ଜାନୁୟାରୀ ୧ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଭୂମିହୀନ ଶ୍ରମିକଙ୍କୁୁ ୩ ବିଘା ଜମି ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ବସ୍‌ ଭଡ଼ା ୨୫ ପ୍ରତିଶତ ବୃଦ୍ଧିକୁ ସରକାର ସ୍ବୀକୃତି ଦେଇଛନ୍ତି।

Share