୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଗଁା ଗହଳିରେ ପ୍ରଚାର ଆରମ୍ଭ ହୋଇଗଲାଣି। ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କଲେଣି। କୋଭିଡ୍‌ କଟକଣାକୁ ବେଖାତିର କରି କର୍ମୀ ସମ୍ମିଳନୀ ଓ ଭୋଜିର ଆସର ଜମିଲାଣି। ୱାର୍ଡଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକେ ନିଜ ସପକ୍ଷରେ ଭୋଟ ଜୁଟାଇବାକୁ ଉଦ୍ୟମ ଜୋରଦାର କରୁଛନ୍ତି। ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରି ଦିଆଯାଇଛି। ବିଶେଷକରି ଜିଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଦଳ ପକ୍ଷରୁ ସମସ୍ତ ଉଦ୍ୟମ ଚାଲିଛି।
ଜଗତ୍‌ସିଂହପୁର ଜିଲା ପରିଷଦ ୨ ନଂ.ଜୋନ୍‌ରେ ବିଜେଡି, କଂଗ୍ରେସ ଏବଂ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଲୋଚନା ଚାଲିଛି। ଏହି ଜୋନର ବିଗତ ୫ଟି ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ଜଣାଯାଏ, ପ୍ରଥମେ କଂଗ୍ରେସର ରାଜଲକ୍ଷ୍ମୀ ସାମନ୍ତରାୟ ଜିଲା ପରିଷଦ ସଭ୍ୟା ହୋଇଥିଲେ। କିନ୍ତୁ ପରେ ନିର୍ବାଚନରେ ଲୋକେ ବିଜେଡିର ବାଦଲ ନାୟକଙ୍କୁ ଜିତାଇଥିଲେ। ଏହାର ପରବର୍ତ୍ତୀ ୩ ନିର୍ବାଚନରେ ଯଥାକ୍ରମେ କଂଗ୍ରେସର କୈଳାସ ବେହେରା, ବିଜେଡିର କନକପ୍ରଭା ଲେଙ୍କା ଓ ଗତ ନିର୍ବାଚନରେ ଜଗନ୍ନାଥ ମୁଦୁଲି ଜିତିଥିଲେ।
ଏହି ଜୋନ ଆଳିପିଙ୍ଗଳ, ଯଶୋବନ୍ତପୁର, ତୁମ୍ବାଅଣ୍ଢେଇସାହି, ପଲ୍ଲୀ, ଜଁକୋଟି, ଶାଳଜଙ୍ଗା ଓ ଖଇରଙ୍ଗ ପଞ୍ଚାୟତକୁ ନେଇ ଗଠିତ। ଗତଥର ଏଠାରୁ ବିଜେଡିର ଜଗନ୍ନାଥ ମୁଦୁଲି, କଂଗ୍ରେସ ଲିପକ କୁମାର ସାହୁ ଏବଂ ଭାଜପାରୁ କୁତାମ କିଶୋର ସର୍ଜନସିଂହ ପ୍ରାର୍ଥୀ ହୋଇଥିଲେ। କିନ୍ତୁ କଂଗ୍ରେସକୁ ପରାସ୍ତ କରି ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ବିଜେଡିର କନକ ସ୍ବାଇଁ, କଂଗ୍ରେସର ପ୍ରତିମା ମିଶ୍ର ଓ ଭାଜପାରୁ ପୁଣି ଥରେ କଳ୍ପନା ମହାନ୍ତି ସର୍ଜନସିଂହ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ମିଶ୍ର କହିଛନ୍ତି, ବ୍ୟକ୍ତି ସମ୍ପର୍କ ହେଉଛି ତାଙ୍କର ସମ୍ବଳ। ଗତ ୨ଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଥିଲେ ସୁଦ୍ଧା ଲୋକଙ୍କ ସମସ୍ୟା ଦୂର କରିବାରେ ସଫଳ ହୋଇନାହାନ୍ତି। ଏ ନେଇ ଏବେ ତାଙ୍କ ପ୍ରତି ଜନ ସମର୍ଥନ ବଢୁଛି। ଜୋନର ସବୁ ପଞ୍ଚାୟତରେ ସ୍ଥିତି ଭଲ ଥିଲେ ସୁଦ୍ଧା ଶାଳିଜଙ୍ଗା, ଖଇରଙ୍ଗ, ତୁମ୍ବା ଅଣ୍ଢେଇସାହି, ଆଳିପିଙ୍ଗଳ ଆଦି ପଞ୍ଚାୟତରେ ସ୍ଥିତି ଅଧିକ ସୁଦୃଢ ରହିଛି। ତେଣୁ ଏଥର ଜନମତ କଂଗ୍ରେସ ସପକ୍ଷରେ ଯିବ ବୋଲି ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ମିଶ୍ର ପୂର୍ବରୁ ତୁମ୍ବାଅଣ୍ଢେଇସାହି ସମିତି ସଭ୍ୟା ଥିଲେ। ତାଙ୍କ ଶ୍ୱଶୁର ବିଚିତ୍ରାନନ୍ଦ ମିଶ୍ର ମଧ୍ୟ ପୂର୍ବରୁ ସରପଞ୍ଚ ଥିଲେ। ଏସବୁକୁ ଦୃଷ୍ଟିରେ ରଖି ମିଶ୍ରଙ୍କୁ ଏଥର କଂଗ୍ରେସ ପକ୍ଷରୁ ଜିଲା ପରିଷଦ ପ୍ରାର୍ଥୀ କରାଯାଇଛି। ଭାଜପା ପ୍ରାର୍ଥୀ ସର୍ଜନସିଂହ କହିଛନ୍ତି, ଗତ ନିର୍ବାଚନରେ ଭାଜପା ସଙ୍ଗଠନ ସେଭଳି ଆଗେଇ ନ ଥିଲେ ସୁଦ୍ଧା ତାଙ୍କ ଲୋକ ସମ୍ପର୍କ କାରଣରୁ ଦଳ ସପକ୍ଷରେ ପାଖାପାଖି ୭ ହଜାର ଭୋଟ ଯାଇଥିଲା। ଏଥର ସାଙ୍ଗଠନିକ କାର୍ଯ୍ୟ ଅଧିକ କ୍ରିୟାଶୀଳ ହୋଇଛି। ତେଣୁ ଫଳ ନିଶ୍ଚୟ ମିଳିବ। ଯଶୋବନ୍ତପୁର, ତୁମ୍ବା ଅଣ୍ଢେଇସାହି, ପଲ୍ଲୀ, ଶାଳଜଙ୍ଗା ଓ ଖଇରଙ୍ଗ ପଞ୍ଚାୟତରେ ଭାଜପା ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଜବରଦସ୍ତ ଲଢେଇ କରିବେ। ପ୍ରତି ପଞ୍ଚାୟତରେ ବିରୋଧୀଙ୍କ ଗୋଷ୍ଠୀ କନ୍ଦଳର ଫାଇଦା ଭାଜପା ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ବାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ଉନ୍ନୟନମୂଳକ ଯୋଜନା ଦଳ ସପକ୍ଷରେ ଜନମତ ବୃଦ୍ଧି କରୁଛି। ଗତ ନିର୍ବାଚନ ପରି ଏଥର ମଧ୍ୟ ବିଜେଡି ସପକ୍ଷରେ ଅଧିକ ଭୋଟ ଯିବ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri