ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ। କଳାଧନ କାରବାରକୁ ରୋକିବା ଲାଗି ବଜେଟରେ ଏଭଳି ବ୍ୟବସ୍ଥା ଘୋଷଣା କରାଯାଇଛି। ୨୦୧୭-୧୮ରେ ୧.୭୫ ଲକ୍ଷ ବ୍ୟକ୍ତିବିଶେଷ,କମ୍ପାନୀ ଓ ସଂସ୍ଥା ୧ କୋଟି ଟଙ୍କାରୁ ଅଧିକ ଉଠାଇଛନ୍ତି। ଏଥିରୁ କେତେକ ଅଂଶ ଆଇନସମ୍ମତ ଭାବେ ଉଠାଯାଇଛି। ଅବଶିଷ୍ଟ ଉଠାଣ ବେଆଇନ କୁହାଯାଇପାରେ। ଏଟିଏମ୍ ପରିଚାଳନା କରୁଥିବା କମ୍ପାନୀ, ବ୍ୟବସାୟୀ ଆଦିଙ୍କ ଉଠାଣ ବୈଧ। ଅବଶିଷ୍ଟ ଉଠାଣ ବେଳେ ଜାଲିଆତିର ପ୍ରମାଣ ମିଳିଛି। ଏପରିକି ଉଠାଣ ବେଳେ ଦିଆଯାଇଥିବା ପାନ୍ ନମ୍ବର ଜାଲ୍ ବୋଲି ଜଣାପଡିଛି। ଏବେ ଟିଡିଏସ୍ ଲାଗୁ କରି ସରକାର ଆଶାକରୁଛନ୍ତି ଯେ, ଏଭଳି ଲୋକ, ଫାର୍ମ ଉପର ନଜର ରଖାଯାଇପାରିବ ଓ ସେମାନେ ପାନ୍ ତିଆରି କରିବାକୁ ବାଧ୍ୟ ହେବେ। କାରଣ ଆଡଭାନ୍ସ ଟିକସ ପ୍ରଦାନ ବେଳେ ଏହାକୁ ଦର୍ଶାଇବାକୁ ପଡିବ। ମିଡିଆ ରିପୋର୍ଟ ଅନୁଯାୟୀ, ଆଲୋଚ୍ୟ ବର୍ଷରେ ୫୦୦ ଏଣ୍ଟିଟି ଏପରି ଅଛନ୍ତି ଯିଏକି ନିଜ ଆକାଉଣ୍ଟରୁ ୧୦୦ କୋଟି ଟଙ୍କାରୁ ଅଧିକ ନଗଦ ଉଠାଇଛନ୍ତି। ସରକାର ନଗଦ କାରବାରକୁ କମାଇ ଡିଜିଟାଲ ଟ୍ରାଞ୍ଜାକସନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ନଗଦ ଉଠାଣ ଉପରେ ଟିଡିଏସ୍ ଆଦାୟ ନିଷ୍ପତ୍ତି ନିଆଯାଇଛି।
ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…
ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…
ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ
ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…
ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍ ପଡ଼ିବ ଅଭାବ
ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…
ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍କାର
ହାଇଟେକ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…
ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…
ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍ ଲୋନ୍? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ
ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍’ ବା ଗୃହ ଋଣ ଏକ ମୁଖ୍ୟ…
Archives

