୧୯ ଜିଲାରୁ ୧୨୯ ପଜିଟିଭ୍‌: କେନ୍ଦ୍ରାପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ୧୨୯ ନୂଆ ପଜିଟିଭ୍‌ ୧୯ ଜିଲାର। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଗଜପତିରେ ୧୬, ନୂଆପଡ଼ାରେ ୧୨, ବଲାଙ୍ଗୀରରେ ୧୧, କେନ୍ଦୁଝରରେ ୩, ଗଞ୍ଜାମ-ଯାଜପୁରରେ ୧୦, ଖୋର୍ଦ୍ଧାରେ ୭, ବାଲେଶ୍ୱର-ସୁନ୍ଦରଗଡ଼-ମୟୂରଭଞ୍ଜ-ବରଗଡ଼ରେ ୬, କଟକରେ ୫, ପୁରୀ-ଦେବଗଡ଼ରେ ୪, ଜଗତସିଂହପୁରରେ ୨, ମାଲକାନଗିରି-ଢେଙ୍କାନାଳ-ସମ୍ବଲପୁରରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ସେଥିରୁ ୧୧୯ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୧୦ଜଣ ସାଧାରଣ ଜନତା ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏବେ ମୋଟ ଆକ୍ଟିଭ୍‌ କେସ୍‌ ୮୮୯ ଥିବା ବେଳେ ୧୦୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ଜଣଙ୍କ ମୃତ୍ୟୁ ଘଟିଛି।