Categories: ଜାତୀୟ

୧୯୮୪ ଶିଖ୍‌ଦଙ୍ଗାକୁ ରୋକାଯାଇ ପାରିଥାନ୍ତା: ମନମୋହନ

ନୂଆଦିଲ୍ଲୀ, ୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ରୋକାଯାଇ ପାରିଥାନ୍ତା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି। କଂଗ୍ରେସ ସଦସ୍ୟ ଇନ୍ଦ୍ରକୁମାର ଗୁଜରାଲ ତତ୍‌କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ନରସିଂହ ରାଓଙ୍କୁ ଶୀଘ୍ର ସେନା ମୁତୟନ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଏହାକୁ ନରସିଂହ ରାଓ ଅଣଦେଖା କରିଥିଲେ। ଗୁଜରାଲ ସେତେବେଳ କୌଣସି ପଦବୀରେ ନ ଥିଲେ। ତେଣୁ ତାଙ୍କର କଥାକୁ କେହି ଶୁଣି ନ ଥିଲେ। ଯଦି ଶୀଘ୍ର ସେନା ମୁତୟନ କରାଯାଇ ପାରିଥାନ୍ତା ତେବେ ଦଙ୍ଗାର ଭୟାବହତାକୁ କମ୍‌ କରି ହୋଇଥାନ୍ତା ବୋଲି ମନମୋହନ ଇନ୍ଦ୍ର କୁମାର ଗୁଜରାଲଙ୍କ ଶହେତମ ଜୟନ୍ତୀରେ ଯୋଗଦେଇ ଏଭଳି କହିଛନ୍ତି। ମନମୋହନଙ୍କ ମନ୍ତବ୍ୟ ନେଇ ଏବେ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share