୧୯୧୮ରେ ‘ସ୍ପାନିଶ୍‌ ଫ୍ଲୁ’କୁ ହରାଇଥିଲେ, ଏବେ କରୋନାକୁ

ମାଦ୍ରିଦ୍‌,୨୬।୪: କରୋନା ଭାଇରସ୍‌(କୋଭିଡ୍‌-୧୯)ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଉଦାହରଣ ଭାବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାର ନ୍ୟୁୟର୍କକୁ ଦେଖାଗଲେ, ଏଠାରେ ପ୍ରାୟ ୨ଲକ୍ଷ ୮୦ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୨୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଏହି ମୃତକମାନଙ୍କ ମଧ୍ୟରୁ ପ୍ରାୟ ୪୭ ପ୍ରତିଶତଙ୍କ ବୟସ ୭୫ବର୍ଷରୁ ଊର୍ଦ୍ଧ୍ୱ। ବୟସାଧିକ କାରଣରୁ ଲୋକେ ଅନେକ ରୋଗରେ ପୀଡ଼ିତ ହୋଇଥାନ୍ତି। ଏଭଳି ସ୍ଥଳେ ସେମାନେ ଯଦି କୋଭିଡ୍‌-୧୯ରେ ସଂକ୍ରମିତ ହୁଅନ୍ତି ତା’ହେଲେ ସେମାନଙ୍କୁ ବଞ୍ଚାଇବା ପ୍ରାୟ ଅସମ୍ଭବ ବୋଲି କୁହାଯାଉଛି। ତେବେ ସ୍ପେନ୍‌ରେ ଜଣେ ୧୦୬ ବର୍ଷୀୟ ମହିଳା ଆନା ଡେଲ୍‌ ଭାଲେଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଛି। ଏହା ଅନ୍ୟ ବୟସ୍କ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଉତ୍ସାହିତ କରିବା ସହ ରୋଗୀ ସମ୍ପର୍କୀୟଙ୍କ ମନୋବଳ ବୃଦ୍ଧି କରିବ।
୧୯୧୮ ମସିହାରେ ଆନାଙ୍କୁ ପ୍ରାୟ ୫ ବର୍ଷ ହୋଇଥିବାବେଳେ ସେ ମହାମାରୀ ‘ସ୍ପାନିଶ୍‌ ଫ୍ଲୁ’ରେ ସଂକ୍ରମିତ ହୋଇଥିଲେ। ୩୬ ମାସ(ଜାନୁୟାରୀ ୧୯୧୮ରୁ ଡିସେମ୍ବର ୧୯୨୦) ମଧ୍ୟରେ ଉକ୍ତ ମହାମାରୀରେ ୫୦ କୋଟି ଲୋକ ସଂକ୍ରମିତ ହୋଇଥିଲେ, ଯାହାକି ସେହି ସମୟରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଥିଲା। କିନ୍ତୁ ଆନା ସେହି ମହାମାରୀରୁ ବର୍ତ୍ତିଯାଇଥିଲେ। ଏବେ ପ୍ରାୟ ୨ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଏବଂ ୨୮.୫ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ମହାମାରୀ କରୋନାକୁ ମଧ୍ୟ ହରାଇଛନ୍ତି ଆନା। ଏଭଳି ଚମତ୍କାର ପାଇଁ ସ୍ପେନ୍‌ର ରୋଣ୍ଡା ସହରରେ ଥିବା ଆନାଙ୍କ ପରିବାରବର୍ଗ ବେଶ୍‌ ଖୁସି ଅନୁଭବ କରୁଛନ୍ତି।
କୋଭିଡ୍‌-୧୯ର ପ୍ରକୋପରେ ଗୁରୁତର ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଆମେରିକା (ପ୍ରାୟ ୯.୫ ଲକ୍ଷ ସଂକ୍ରମିତ ଓ ୫୩ ହଜାର ମୃତ୍ୟୁ) ଶୀର୍ଷରେ ଥିବାବେଳେ ସ୍ପେନ୍‌ର ସ୍ଥାନ ଦ୍ୱିତୀୟ। ସ୍ପେନରେ ଶନିବାର ସୁଦ୍ଧା ୨ ଲକ୍ଷ ୨୩ ହଜାର ୭୫୯ଜଣ ସଂକ୍ରମିତ ହୋଇଥିବାବେଳେ ୨୨,୯୦୨ଜଣ ଆଖିବୁଜିଛନ୍ତି। ଦେଶରେ ଏହି ପ୍ରାଣଘାତୀ ଭୂତାଣୁର ସଂକ୍ରମଣ ଓ ବୟସ୍କଙ୍କ ଜୀବନ ରକ୍ଷା ନେଇ ଭାଳେଣି ପଡ଼ିିଥିବାବେଳେ ଆନାଙ୍କ ଆରୋଗ୍ୟ ଲାଭ ନିହାତି ଆଶ୍ୱସ୍ତିକର। ସ୍ପେନ୍‌ରେ ଅଦ୍ୟାବଧି ୯୫,୭୦୮ଜଣ ଆରୋଗ୍ୟ ହୋଇଥିବାବେଳେ ଆନାଙ୍କ ବ୍ୟତୀତ ଆଉ ୨ଜଣ ୧୦୧ ବର୍ଷୀୟ ମହିଳା ସୁସ୍ଥ ହୋଇଥିବା ଜଣାପଡ଼ିଛି।
ସ୍ପେନ୍‌ର ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଅଲକାଲା ଡେଲ୍‌ ଭାଲେ ସହରର ଏକ ନର୍ସିଂହୋମରେ
ଆନା ରହୁଥିଲେ, ଯେଉଁଠାରେ ସେ ଅନ୍ୟ ୬୦ ବାସିନ୍ଦାଙ୍କ ସହ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଲା ଲିନିଆ ସହରସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିଛିଦିନ ତଳେ ସେ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି। ଆନା ୧୯୧୩ ଅକ୍ଟୋବରରେ ଜନ୍ମ ହୋଇଥିଲେ। ଆଉ ପ୍ରାୟ ୬ ମାସ ପରେ ତାଙ୍କୁ ୧୦୭ ବର୍ଷ ହେବ। କରୋନା ମହାମାରୀରୁ ବଞ୍ଚତ୍ୟାଇଥିବା ଲୋକଙ୍କ ମଧ୍ୟରେ ଆନା ହେଉଛନ୍ତି ସ୍ପେନ୍‌ର ସବୁଠାରୁ ଅଧିକ ବୟସ୍କ ଏବଂ ବିଶ୍ୱରେ ଦ୍ୱିତୀୟ ବୟୋଜ୍ୟେଷ୍ଠ ବୋଲି କୁହାଯାଉଛି। ଏହାପୂର୍ବରୁ ନେଦରଲାଣ୍ଡ୍ସର ୧୦୭ ବର୍ଷୀୟା କର୍ନେଲିଆ ରାସ୍‌ କରୋନାକୁ ହରାଇ ଆରୋଗ୍ୟ ହୋଇଛନ୍ତି।
ସୂଚନାଥାଉ କି, ଆମେରିକା, ସ୍ପେନ, ଇଟାଲୀ, ଫ୍ରାନ୍ସ ସମେତ କେତେକ ଦେଶରେ ବୟସ୍କ ସଂକ୍ରମିତଙ୍କ ଚିକିତ୍ସାକୁ କେତେକାଂଶରେ ଗୁରୁତ୍ୱ ଦିଆଯାଉ ନ ଥିବା କୁହାଯାଉଛି। ଆନାଙ୍କ ବୋହୂ ପାକି ସଞ୍ଚେଞ୍ଜ୍‌ ହସ୍ପିଟାଲ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ସେ କହିଛନ୍ତି ଯେ, ବୟସାଧିକ କାରଣରୁ ଆନାଙ୍କ ଚିକିତ୍ସାକୁ ହସ୍ପିଟାଲ କର୍ତ୍ତୃପକ୍ଷ ହାଲୁକା ଭାବେ ନେବା ସହ ସେତେଟା ହୁସିଆର ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri