Categories: ଗଞ୍ଜାମ

୧୯ରେ ଖୋଲିବ ସ୍କୁଲ: ୧୭ରେ ଶିକ୍ଷକ, କର୍ମଚାରୀ ପରଖିବେ ଗୃହ ସ୍ଥିତି

ବ୍ରହ୍ମପୁର ଅଫିସ, ୧୨।୬: ଖରାଛୁଟି ପରେ ଆସନ୍ତା ୧୯ ତାରିଖରେ ବିଦ୍ୟାଳୟ ଖୋଲିବ । ତେବେ ବିଦ୍ୟାଳୟ ଖୋଲିବା ପୂର୍ବରୁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ, ଖରାଛୁଟି ସମୟରେ ବାତ୍ୟା ଫନୀ ହୋଇଥିଲା। ଏହାର ପ୍ରଭାବରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୁଡ଼ିକ ଖୋଲିବାର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ଶିକ୍ଷକ ଏବଂ କର୍ମଚାରୀ ବିଦ୍ୟାଳୟକୁ ଯାଇ ଶ୍ରେଣୀଗୃହ, କମ୍ପ୍ୟୁଟର ଗୃହ, ଆଇସିଟି ଲ୍ୟାବ୍‌, ବିଜ୍ଞାନ ଲ୍ୟାବ୍‌, ଶୌଚାଳୟ ଏବଂ ଅନ୍ୟାନ୍ୟ ସ୍ଥିତି ପରଖିବେ । ମଧ୍ୟାହ୍ନ ଭୋଜନ ରୋଷେଇ ଗୃହର ସ୍ବଚ୍ଛତା, ରୋଷେଇ ସାମଗ୍ରୀ, ଖାଦ୍ୟସାମଗ୍ରୀ ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।