କୋଭିଡ କଟକଣା ଭିତରେ ଟେଷ୍ଟିଂ: ୧୮ରୁ ଡିଏଲ, ୨୯ରୁ ଏଲ୍‌ଏଲ୍‌

ଭୁବନେଶ୍ୱର,୧୦ା୬ (ବ୍ୟୁରୋ)- ମହାମାରୀ କରୋନା ପାଇଁ ବନ୍ଦ ହୋଇଥିବା ଡିଏଲ ଓ ଏଲଏଲ ଟେଷ୍ଟିଂ ପୁଣିଥରେ ଆରମ୍ଭ ହେବ। ଏ ନେଇ ରାଜ୍ୟ ସଡକ ଓ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସାମାଜିକ ଦୂରତା ଏବଂ କୋଭିଡ କଟକଣା ଭିତରେ ଏହି ଟେଷ୍ଟିଂ କରାଯିବ। ଡିଏଲ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ୧୮ ତାରିଖରେ ଟେଷ୍ଟିଂ ହେବ। ସେହିପରି ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ପାଇଁ ସ୍ଲଟ ବୁକିଂ ୨୨ରୁ ଆରମ୍ଭ ହେବ। ଟେଷ୍ଟିଂ ୨୯ ତାରିଖରେ ହେବ। କୋଭିଡ ନିୟମ ଭିତରେ ଏସବୁ ଟେଷ୍ଟିଂ କରିବାକୁ ସବୁ ଆର୍ଟିଓଙ୍କୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।