୧୭୬ ଦେଶରେ କରୋନା: ସଂକ୍ରମଣରେ ୮,୯୬୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: କରୋନା ସଂକ୍ରମଣ ଧୀରେଧୀରେ ପୃଥିବୀର ଗୋଟିଏ ପରେ ଗୋଟିଏ ଦେଶରେ ପହଞ୍ଚିବାରେ ଲାଗିଛି ଇତିମଧ୍ୟରେ ଏହା ୧୭୬ଟି ଦେଶରେ ଆତଙ୍କ ସୃଷ୍ଟି କରିଛି। ଗୋଟିଏ ଦିନ ତଳେ ସଂକ୍ରମିତ ଦେଶ ସଂଖ୍ୟା ୧୬୫ ଥିବାବେଳେ ଏବେ ଏଥିରେ ୧୧ଟି ନୂଆ ଦେଶ ଯୋଡ଼ି ହୋଇଛନ୍ତି। କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଗୁରୁବାର ସୁଦ୍ଧା ୮,୯୬୯ ଛୁଇଁଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୯୫୨ ହୋଇଛି। ଅପରପକ୍ଷରେ ସଂକ୍ରମିତଙ୍କ ମଧ୍ୟରୁ ୮୫,୭୪୫ ଜଣ ସୁସ୍ଥ ହୋଇସାରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ଜାତିସଂଘ ପକ୍ଷରୁ ମିଳିତ ଭାବେ କରୋନା ମହାମାରୀର ମୁକାବିଲା କରିବା ଲାଗି ସମସ୍ତ ଦେଶକୁ ଅନୁରୋଧ କରାଯାଇଛି।

Share