୧୬.୬% ଖସିଯିବ ରାଜ୍ୟ ଜିଡିପି

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱ ଲାଗି ସଙ୍କଟ ଭାବେ ଉଭାହୋଇଛି। ଏହା କେବଳ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିନାହିଁ ବରଂ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଗଭୀର ଭାବେ ବିପର୍ଯ୍ୟସ୍ତ କରିଛି। ଜୀବନ ଏବଂ ଜୀବିକା ମହାମାରୀ ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଛି। ଲକ୍‌ଡାଉନ ଯୋଗୁ ଚଳିତ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ରେକର୍ଡ ନିମ୍ନକୁ ଖସିବ ବୋଲି ବିଶ୍ୱସ୍ତରୀୟ ଏଜେନ୍ସିଗୁଡ଼ିକ ପୂର୍ବାନୁମାନ କରିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ଅର୍ଥ ବ୍ୟବସ୍ଥା ଚାପଗ୍ରସ୍ତ ହୋଇଛି। ତାଲାବନ୍ଦ ଯୋଗୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୩ରୁ ୧୬.୬% ହ୍ରାସ ଘଟିବା ନେଇ ଓଡ଼ିଶା ଅର୍ଥନୀତି ସଙ୍ଗଠନ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ରାଜ୍ୟ ଅର୍ଥନୀତିକୁ ବର୍ତ୍ତମାନର ସଙ୍କଟରୁ ବାହାରକୁ ଆଣିବା ଲାଗି ସଙ୍ଗଠନ ପକ୍ଷରୁ ‘କରୋନା ଓ ଓଡ଼ିଶା ଅର୍ଥନୀତି: ଆହ୍ବାନ ଏବଂ ସମାଧାନ’ ସମ୍ବନ୍ଧିତ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ଜାତୀୟ ହାର ତୁଳନାରେ ରାଜ୍ୟରେ କରୋନା ଜନିତ ମୃତ୍ୟୁହାର କମ୍‌ ରହିଛି। ଉପଶମ ଏବଂ ନମୁନା ପରୀକ୍ଷଣ ହାର ଅଧିକ ରହିଛି। କରୋନା ମହାମାରୀ ନିୟନ୍ତ୍ରଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶ ତଥା ବାହାରେ ବେଶ୍‌ ପ୍ରଶଂସନୀୟ। ମାତ୍ର ଲୋକ ପ୍ରତିନିଧିଙ୍କର ଭୂମିକା ସନ୍ତୋଷଜନକ ନୁହେଁ। ଜନସାଧାରଣଙ୍କୁ ଠିକ୍‌ ତଥ୍ୟ ପ୍ରଦାନରେ ଅଧିକ ପାରଦର୍ଶିତା ଆଣିବାର ଆବଶ୍ୟକତା ରହିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ରାଜ୍ୟର ରାଜସ୍ବ ସଂଗ୍ରହ ବଜେଟ ଆକଳନଠାରୁ ୧୧,୩୨୩ କୋଟି ଟଙ୍କା ନିଅଣ୍ଟ ପଡ଼ିବ। ବଜେଟରେ ନିର୍ଦ୍ଧାରତ ଦେଢ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ପ୍ରାୟ ୩୫,୭୬୩ କୋଟି ଟଙ୍କା ଋଣ କରିବାକୁ ପଡ଼ିବ। ଏହା ରାଜ୍ୟର ମୋଟ୍‌ ଜିଡିପିର ୬.୩%। ରାଜ୍ୟ ଜିଡିପି ୧୩% ହ୍ରାସ ହେବାର ଆଶଙ୍କା ରହିଥିବାରୁ ଋଣ ଭାର ରାଜ୍ୟ ଜିଡିପିର ୮% ଅତିକ୍ରମ କରିପାରେ। ଏହି ପରିପ୍ରେକ୍ଷୀରେ ଆର୍ଥତ୍କ ପରାମର୍ଶଦାତା ଏବଂ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଆଇନରେ ଥିବା ପ୍ରତିବଦ୍ଧତାକୁ ଅତିକ୍ରମରେ ୨ ବର୍ଷ ପାଇଁ ପାଳନରେ କୋହଳ କରିବାକୁ ରାଜ୍ୟ ସରକାର ପଞ୍ଚଦଶ ଅର୍ଥ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରନ୍ତୁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଗୁଡିକର ଆର୍ଥତ୍କ ନିଅଣ୍ଟକୁ ଭରଣା କରିବା ଲାଗି କେନ୍ଦ୍ର ସରକାର କିଛି ପରିମାଣର ମୁଦ୍ରା ଛାପିପାରିବେ। କିଛି ନିର୍ଦ୍ଦିଷ୍ଟ ସୂତ୍ର ମାଧ୍ୟମରେ ଏହାର ଫାଇଦା ସବୁ ରାଜ୍ୟକୁ ଦେବାର ଆବଶ୍ୟକତା ଉପରେ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।
ସେହିଭଳି ବର୍ତ୍ତମାନର ସ୍ବାସ୍ଥ୍ୟ ସଙ୍କଟ ପରିସ୍ଥିତିରେ କରୋନା ଏବଂ ଅନ୍ୟ ରୋଗୀମାନଙ୍କୁ ମାଗଣାରେ ଉଚିତ ସ୍ବାସ୍ଥ୍ୟସେବା ଯୋଗାଣ ରାଜ୍ୟ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ଏଥିରେ ଉଲ୍ଲେଖ ରହିଛି। ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଏବଂ ଜୀବିକା ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ବାସ୍ତବରେ ଏହା ଢେର୍‌ ବେଶି ହେବ। ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକୃତ କରିଥିବା ପ୍ରବାସୀଙ୍କ ସଂଖ୍ୟା ସରକାର ଜନସାଧାରଣଙ୍କୁ ଠିକ୍‌ ଭାବେ ଅବଗତ କରାଇପାରି ନ ଥିବାରୁ ଏଥିରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଗାମୀ ୨ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ ପ୍ରବାସୀ ଫେରିବା ନେଇ ଅନୁମାନ କରାଯାଇଛି। ଏହାଦ୍ୱାରା ରାଜ୍ୟର ୨୦ ଲକ୍ଷ ପରିବାରଙ୍କର ଜୀବିକା ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ଉପୁଜିଛି। ଚଳିତ ଆର୍ଥତ୍କ ବର୍ଷରେ ପ୍ରବାସୀଙ୍କଠାରୁ ପାଉଥିବା ପ୍ରାୟ ୨୪ ହଜାର କୋଟି ଟଙ୍କା ରାଜ୍ୟବାସୀ ହରାଇବେ। ଏହା ରାଜ୍ୟ ମୋଟ ଉତ୍ପାଦର ମୋଟ ୪.୨%।
ରାଜ୍ୟ ସରକାର ପ୍ରବାସୀଙ୍କ ଲାଗି ଏକ ଅନ୍‌ଲାଇନ ଡାଟାବେସ୍‌ ପ୍ରସ୍ତୁତ କରିବା ଉପରେ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏଥିରେ ଶ୍ରମିକଙ୍କ ସ୍ଥାୟୀ ଠିକଣା, କାର୍ଯ୍ୟସ୍ଥଳୀ, କାର୍ଯ୍ୟକୁଶଳତା ତଥ୍ୟ ରହିପାରିବ। ବାହାରୁ ଫେରୁଥିବା ଶ୍ରମିକମାନେ ଅନେକ କାର୍ଯ୍ୟଦକ୍ଷତା ଏବଂ ଅଭିଜ୍ଞତା ନେଇ ଫେରୁଛନ୍ତି। ଏହି ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନଙ୍କ ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ଗ୍ରାମୀଣ ଉଦ୍ୟୋଗ ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅପରପକ୍ଷରେ ଅଣକୁଶଳୀ ଶ୍ରମିକଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇପାରିବ। ବର୍ତ୍ତମାନ ରାଜ୍ୟର ବିଗୁଡୁଥିବା ଆର୍ଥତ୍କ ସ୍ଥିତିକୁ କୃଷି ହିଁ ଉଦ୍ଧାର କରିପାରିବ ବୋଲି ରିପୋର୍ଟରେ ଜୋର ଦିଆଯାଇଛି। ଉତ୍ତମ ଖରିଫ ଫସଲ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ। ରାଜ୍ୟର ୫୦% ଜନସଂଖ୍ୟା କୃଷି ଉପରେ ନିର୍ଭର କରୁଥିବାରୁ ଉନ୍ନତ ଖରିଫ ଅମଳ ଦ୍ୱାରା ଅର୍ଦ୍ଧାଧିକ ଲୋକଙ୍କର ଜୀବିକା ସୁରକ୍ଷିତ କରାଯାଇପାରିବ। ଖରିଫ ଚାଷ ପାଇଁ ବିନା ଶୁଳ୍କରେ ସମସ୍ତ କୃଷି ଉତ୍ପାଦନ ପ୍ରଦାନ କରିବା ସହ ୨୦୧୯-୨୦ ଏବଂ ୨୦୨୦-୨୧ ପାଇଁ ବିନା ସୁଧରେ ଋଣ ଯୋଗାଇଦେବାକୁ ରିପୋର୍ଟରେ ପ୍ରାଥମିକତା ରହିଛି।
ଚାଇନାରୁ ବାହାରକୁ ଆସୁଥିବା ନିବେଶକଙ୍କ ଲାଗି ରାଜ୍ୟରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ରାଜ୍ୟ ମଧ୍ୟରେ ରହିଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ନିଯୁକ୍ତି ସୃଷ୍ଟି ଦିଗରେ ଯୋଗଦାନ ରଖୁଥିବା ବେଳେ ବର୍ତ୍ତମାନର ଜଟିଳ ସ୍ଥିତିରେ ରାଜ୍ୟ ସରକାର ସହାୟତା ଲାଗି ଆଗେଇ ଆସିବା ଆବଶ୍ୟକ। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଆଧାରରେ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଗତିଶୀଳ ଶିଳ୍ପ ପୁଞ୍ଜ ପ୍ରତିଷ୍ଠା କରିବାକୁ ମଧ୍ୟ ବିଚାର କରାଯାଉ ବୋଲି ଏଥିରେ କୁହାଯାଇଛି। ରାଜ୍ୟର ସଞ୍ଚୟ ନିବେଶ ଅନୁପାତ ୨୦୧୯-୨୦ରେ ୩୯% ରହିଥିଲା। ଏହା ସର୍ବଭାରତୀୟ ସ୍ତରରେ ୭୬%। ଓଡ଼ିଶା ଏହି କ୍ଷେତ୍ରରେ ନିମ୍ନରେ ରହିଥିବା ଯୋଗୁ ରାଜ୍ୟ ସରକାର ଏହାର ନିରାକରଣ ଲାଗି ଉଦ୍ୟମ କରିବା ଆବଶ୍ୟକ। ଉକ୍ଷେପିତ ତଥା ଅବହେଳିତ ବର୍ଗକୁ ଆର୍ଥତ୍କ ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଲାଗି ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ପରିହାର୍ଯ୍ୟ।
୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେଉଁସବୁ ନୂଆ ଯୋଜନା ଘୋଷଣା କରାଯାଇଥିଲା ତାକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ଉଚିତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଅର୍ଥ ରାଶି ସ୍ବାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା ଏବଂ ରୋଜଗାର ଯୋଗାଇ ସେବା ପାଇଁ ବିନିଯୋଗ କରିବାକୁ ହେବ। ମହାମାରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ରାଜ୍ୟର ଦୁର୍ବଳତାକୁ ପଛରେ ପକାଇ ଦେଇଛି। ଅଣ କୋଭିଡ୍‌ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏହି ସମୟରେ ସ୍ବାସ୍ଥ୍ୟସେବା ପାଇବାକୁ ନାହିଁ ନ ଥିବା ଅସୁବିଧା ସାମ୍ନା କରୁଛନ୍ତି। ସ୍ବାସ୍ଥ୍ୟସେବାରେ ରାଜ୍ୟର ବ୍ୟୟ ବୃଦ୍ଧି କରି ରାଜ୍ୟ ଜିଡିପିର ୪% କରିବା ସହ ସମସ୍ତ ନାଗରିକଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ଯୋଗାଣ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଏହି ସମୟରେ ରାଜ୍ୟରେ ଉଚ୍ଚ ଶିକ୍ଷା ଗଭୀର ଭାବେ ପ୍ରଭାବିତ ହୋଇଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ବିଭେଦତା ଯୋଡ଼ି ହୋଇଛି। ଡିଜିଟାଲ ବିଭେଦ ଶିକ୍ଷା ଆହରଣର ବିଭେଦକୁ ଆହୁରି ଦୃଢ କରିଥିବା ଦେଖାଯାଇଛି। ଆଗାମୀ ଦିନରେ ସମସ୍ତ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ ଶିକ୍ଷା ଲାଗି ଭିତ୍ତିଭୂମି ସୃଷ୍ଟି ଏବଂ ଶିକ୍ଷକମାନଙ୍କର ଦକ୍ଷତା ବିକାଶ କରିବା ଉଚିତ। ଆର୍ଥତ୍କ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ବିନା ମୂଲ୍ୟରେ ଟାବଲେଟରେ ପାଠ୍ୟବସ୍ତୁ ଭର୍ତ୍ତିକରି ବିତରଣ କରିବା ସହ ପ୍ରତିଶ୍ରେଣୀର ଛାତ୍ରୀଛାତ୍ରଙ୍କ ଲାଗି ଟେଲିଭିଜନ ମାଧ୍ୟମରେ ନିୟମିତ ଶିକ୍ଷା ପ୍ରଦାନ ଆରମ୍ଭ, ବିପର୍ଯ୍ୟୟ ମୁକାବିଲା ଲାଗି କ୍ଷମତା ବିକେନ୍ଦ୍ରୀକରଣ ଦ୍ୱାରା ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଅଧିକ ଦୃଢ଼ୀକରଣ, ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ଏକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri