୧୬ ଦୋକାନୀଙ୍କୁ ନୋଟିସ

ଅନୁଗୋଳ ଅଫିସ, ୬।୫ – ଲକ୍‌ଡାଉନ କଟକଣା କୋହଳ ହେବା ପରେ ଅନୁଗୋଳ ଜିଲା ଓ ସହରର ଦୋକାନ ବଜାର ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ସର୍ତ୍ତ ରଖାଯାଇଥିଲା। କିନ୍ତୁ ସହରର ୧୬ଜଣ ଦୋକାନୀ ଏହି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିବା ପରେ ଅନୁଗୋଳ ପୌରପାଳିକା ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏପରି କି ପୋଲିସ ସହଯୋଗରେ ଦୋକାନଗୁଡିକୁ ମଧ୍ୟ ବନ୍ଦ କରାଯାଇଥିବା ସୂଚନା ମିଳିଛି। ପୂର୍ବାହ୍ନ ୧୧ଟାରେ ଉକ୍ତ ଦୋକାନଗୁଡ଼ିକୁ ବନ୍ଦ କରାଯିବା ଅଭିଯାନ ଆରମ୍ଭ ହୋଇଥିଲା। ପୌର ନିର୍ବାହୀ ଅଧିକାରୀ ବିନୋନ୍ଦ ଚନ୍ଦ୍ର ପଣ୍ଡାଙ୍କ ସହ ଟିଡି ବିଭୂତି ଭୂଷଣ ମହାରଣା, ନିର୍ମଳ ବେହେରା, ଅନୁଗୋଳ ଥାନା ଏଏସ୍‌ଆଇ ଜେ. ସିଂହ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।