୧୫ ଫୁଟିଆ ଅହିରାଜ ଉଦ୍ଧାର

କୋରୁକୋଣ୍ଡା, ୭।୧୦(ଡି.ଏନ୍‌.ଏ.): ବାଲିମେଳା ବନଖଣ୍ଡ ଅଧୀନ ନୀଳାଦ୍ରିନଗର ପଞ୍ଚାୟତ ନୀଳାକାମ୍ବେରୁ ଗାଁର ସୁଶାନ୍ତ ପାତ୍ରଙ୍କ ଶୌଚାଳୟରୁ ସୋମବାର ଏକ ଅହିରାଜ ସାପକୁ ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି। ସାପଟିର ଲମ୍ବ ପ୍ରାୟ ୧୫ ଫୁଟ। ପ୍ରକାଶ ଯେ, ସୁଶାନ୍ତ ସକାଳୁ ଶୌଚ ନିମନ୍ତେ ପାଇଖାନାକୁ ଯାଇଥିବାବେଳେ ସେଠାରେ ସାପଟିକୁ ଦେଖିଥିଲେ। ପରେ ସାଙ୍ଗେସାଙ୍ଗେ ବାଲିମେଳା ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଶିବୁ ଲେଙ୍କା ସେଠାରେ ପହଞ୍ଚତ୍ ସ୍ଥାନୀୟ ଯୁବକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ।