୧୫୦ କେଜି ଗଞ୍ଜେଇ ଜବତ, ୪ଗିରଫ

ଚିତ୍ରକୋଣ୍ଡା,୨୭ା୧୧(ଡି.ଏନ.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ ନିକଟସ୍ଥ ମନ୍ତ୍ରୀପୁଟ ଛକଠାରେ ମଙ୍ଗଳବାର ରାତି ୧୧ଟାରେ ପାଟ୍ରୋଲିଂ କରୁଥିବା ଚିତ୍ରକୋଣ୍ଡା ପୋଲିସ ଚୋରାଚାଲାଣ ହେଉଥିବା ୧୫୦ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ବିହାର ସହରମ ଜିଲା ପାଇଗା ଗ୍ରାମର ରାମ ପ୍ରସାଦ ଯାଦବଙ୍କ ପୁଅ ବିନୋଦ ଯାଦବ(୨୬),ବିହାର ଛପ୍ରା ଜିଲା ଶାଳଖୁଙ୍ଗ ଗ୍ରାମର ବଂଶୀ ମାଝୀଙ୍କ ପୁଅ ରାଜ କୁମାର ମାଝୀ(୪୯), ପାଟନା ଜିଲା ବସନ୍ତ ଗ୍ରାମର ଦେବୀ ମାଝୀଙ୍କ ପୁଅ ଭବାନୀ ମାଝୀ (୫୯) ଏବଂ ପାଟନା ଜିଲା ଗୋସଗ୍ରୀ ଗ୍ରାମର ସିଂଗ୍ରାଙ୍କ ପୁଅ ବିମିଲି ଦେବୀ (୫୦)। ମଙ୍ଗଳବାର ରାତିରେ ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ଏସଆଇ ସଂଗ୍ରାମ କେଶରୀ ପାଇକରାୟଙ୍କସହ କର୍ମଚାରୀମାନେ ମନ୍ତ୍ରୀପୁଟ ଛକରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଦୋରାଗୁଡା ପଞ୍ଚାୟତ ବଡ଼ପୁଟ ଛକ ଦେଇ ଏକ ଇଣ୍ଡିଗୋ ଗାଡ଼ି (ଜେଏଚ୍‌ ୦୧ଆର-୪୬୪୧) ଦ୍ରୁତ ଗତିରେ ଯାଉଥିବା ଦେଖି ପୋଲିସ ଏହାକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ଉପରୋକ୍ତ ପରିମାଣର ଗଞ୍ଜେଇ ବାହାରିଥିଲା। ଏଥିରେ ସମ୍ପୃକ୍ତ ଉପରୋକ୍ତ ୪ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବାରୁ ସେମାନେ ଗୁଣ୍ଠାୱାର୍ଡାରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ପ୍ରକାଶ କରିଥିଲେ। କେସ୍‌ ନଂ. ୧୪୫/୧୯ରେ ମାମଲା ରୁଜୁ ହୋଇଛି।