୧୪, ୬୦୦ ମାସ୍କ ବାଣ୍ଟିଲେଣି ଅର୍ଜୁନ

ଆଠମଲ୍ଲିକ, ୨୨ା୪(ଡି.ଏନ.ଏ.) – ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ବ୍ୟାପକ ସଚେତନତା ଅଭିଯାନ ଚଳାଇଛନ୍ତି ଆଠମଲ୍ଲିକ ବ୍ଲକ ଓଳଥ ଗ୍ରାମର ସାମାଜିକ କର୍ମୀ ତଥା ବିଜେଡି ଯୁବ ନେତା ଅର୍ଜୁନ ସାହୁ। ସେ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରୁଛନ୍ତି। ଇତିମଧ୍ୟରେ ସେ ପ୍ରାୟ ୧୪ ହଜାର ୬୦୦ ମାସ୍କ ବାଣ୍ଟି ସାରିଛନ୍ତି। ଗତ ୨ ତାରିଖରୁ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ଆଠମଲ୍ଲିକ ଉପଖଣ୍ତର ପ୍ରଶାସନିକ ଅଧିକାରୀ, ପୋଲିସ, ଉପଖଣ୍ତ ଚିକିତ୍ସାଳୟ କର୍ମଚାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତରେ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ବାଳଙ୍କ ଉପସ୍ଥିତିରେ ସେ ଆଠମଲ୍ଲିକ ଏନଏସିର ୧୧ଟି ୱାର୍ଡ ତଥା ବ୍ଲକର ଲୁହାସିଙ୍ଗା, ଜାମୁଡୋଲି, ଅଏଡା, ନଅଗାଁ, ଦରୁହା, ମାଳିସାହି, କରୋଡୋସିଙ୍ଗ, ତାଳପଦର, ତେନ୍ତୁଳିପଦର, ପତାକ, ଓଳଥ, ବାହାଳି, ତିତିଗାଁ, ଲିପୋଲଇ, ଠାକୁରଗଡ ଦୈନିକ ହାଟ, ଆଠମଲ୍ଲିକ ଏସ୍‌ବିଆଇ, ଇଣ୍ଡିଆନ୍‌ ବ୍ୟାଙ୍କରେ ମାସ୍କ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ହରିହର ସାହୁ, ପ୍ରଫୁଲ୍ଲ ବାହିନୀ ପତି, ଯୁବ ବିଜେଡି ନେତା ପିନା ପାଣିଗ୍ରାହୀ, ପ୍ରଦୀପ ସାହୁ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ। ଯୁବନେତା ଅର୍ଜୁନଙ୍କ ଏପରି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।