୧୪ ଶ୍ରମିକଙ୍କୁ ବସ୍‌ରେ କଟକ ପଠାଇଲା ପୋଲିସ

ବାରଙ୍ଗ,୧୬ା୫(ଡି.ଏନ.ଏ): ଝାଡ଼ଖଣ୍ଡ ଯିବା ପାଇଁ ଶୁକ୍ରବାର ରାତିରେ ଚାଲିଚାଲି ଷ୍ଟେଶନ ଯାଉଥିବା ୧୪ଜଣ ପ୍ରବାସୀ ଶ୍ରମିକଙ୍କୁ ବାରଙ୍ଗ ଅଧୀନ ଗୋଡ଼ିସାହି ଫାଣ୍ଡି ପୋଲିସ ଅଟକ ରଖି ଶନିବାର ଏକ ବସ ଯୋଗେ କଟକ ପଠାଇଛି। ଏହି ଶ୍ରମିକମାନେ ଝାଡ଼ଖଣ୍ଡରୁ ଆସି ସ୍ଥାନୀୟ ଶ୍ରୀ ଶ୍ରୀ ୟୁନିଭରସିଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକଡାଉନରେ ସବୁ ବନ୍ଦ ହେବା ପରେ ନିଜ ରାଜ୍ୟକୁ ଯିବାକୁ ମନସ୍ଥ କରି ଶୁକ୍ରବାର ରାତିରେ ଚାଲିଚାଲି ନରାଜ-ମାର୍ଥାପୁର ଷ୍ଟେଶନକୁ ଯାଉଥିଲେ। ଫାଣ୍ଡି ପୋଲିସ ଦେଖି ସେମାନଙ୍କୁ ପଚାରିବାରେ ଝାଡ଼ଖଣ୍ଡ ଯିବା ନିମନ୍ତେ ଷ୍ଟେଶନକୁ ଯାଉଥିବାର କହିଥିଲେ। ଏହାପରେ ପୋଲିସ ସେମାନଙ୍କୁ ଫେରାଇନେଇ ଶ୍ରୀ ଶ୍ରୀ ୟୁନିଭରସିଟିରେ ରଖିବା ସହ ଶନିବାର ସକାଳେ ଏକ ବସ୍‌ ଯୋଗେ କଟକ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଛାଡ଼ିଥିବାର ଗୋଡିସାହି ଫାଣ୍ଡି ଅଧିକାରୀ ସୁବାସ ମଲ୍ଲିକ କହିଛନ୍ତି।