୧୪ ରେଳ ଷ୍ଟେଶନକୁ ମିଳିଲା ଆଇଏସ୍‌ଓ ମାନ୍ୟତା: ଉନ୍ନତ ସେବା, ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ନିମନ୍ତେ ମିଳିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପରିବେଶ ଅନୁକୂଳ କାର୍ଯ୍ୟକଳାପ ଏବଂ ଉନ୍ନତ ସେବା ଲାଗି ପୂର୍ବତଟ ରେଳପଥର ୧୪ଟି ରେଳ ଷ୍ଟେଶନକୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର ମିଳିଛି। ସ୍ବଚ୍ଛ ଏବଂ ସବୁଜ ପରିବେଶ ମଧ୍ୟରେ ଯାତ୍ରୀଙ୍କୁ ସେବା ଓ ସୁବିଧା ଯୋଗାଇ ଦେଉଥିବା ଷ୍ଟେଶନଗୁଡିକୁ ଏହି ପ୍ରମାଣପତ୍ର ମିଳିଛି। ଯାତ୍ରୀମାନଙ୍କ ନିମନ୍ତେ ଏହି ଷ୍ଟେଶନରେ ଉତ୍କୃଷ୍ଠ ଶ୍ରେଣୀର ଭିଆଇପି ଲାଉଞ୍ଜ, ପ୍ରତୀକ୍ଷା କକ୍ଷ, ଏସି ଓ ନନ୍‌-ଏସି ବିଶ୍ରାମ କକ୍ଷ ଓ ଡର୍ମିଟୋରୀ, ରିଫ୍ରେସିଙ୍ଗ୍‌ ଅଞ୍ଚଳ, ସ୍ବାସ୍ଥ୍ୟକର ଖାଦ୍ୟ ସୁବିଧା ଓ ଉନ୍ନତ ପରିଷ୍କାର ପରିଚ୍ଛନ୍ନତାର ସୁବିଧା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଉପଲବ୍ଧ ରହିଛି। ଏହାବ୍ୟତୀତ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ଅପସାରଣ ସହିତ ବର୍ଜ୍ୟବସ୍ତୁ ପରିଚାଳନାକୁ ଆଇଏସ୍‌ଓ ଅଡିଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ଗତ ଜାନୁୟାରୀ ୩୦ରେ ଖୋର୍ଦ୍ଧାରୋଡ ମଣ୍ଡଳର ଭୁବନେଶ୍ୱର ଓ କଟକ ରେଳ ଷ୍ଟେଶନ ଏବଂ ଫେବୃୟାରୀ ୧୨ରେ ପୁରୀ ଷ୍ଟେଶନକୁ ଆଇଏସ୍‌ଓ ମାନ୍ୟତା ମିଳିଥିଲା ଅନ୍ୟପକ୍ଷରେ ଜୁନ୍‌ ୧୦ରେ ସମ୍ବଲପୁର ମଣ୍ଡଳର ୪ଟି ଷ୍ଟେଶନ ତଥା ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ କେସିଙ୍ଗା ଷ୍ଟେଶନକୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଥିବା ବେଳେ ୱାଲ୍‌ଟିୟର ମଣ୍ଡଳର ୭ଟି ଷ୍ଟେଶନକୁ ଏହି ପ୍ରମାଣପତ୍ର ମିଳିଛି। ବିଶାଖାପାଟଣା, ବିଜୟନଗରମ୍‌, ଶ୍ରୀକାକୁଲମ୍‌, ଜଗଦଲପୁର, ଆରାକୁ, ସିହ୍ମାଚଳମ୍‌ ଏବଂ ରାୟଗଡ଼ା ଷ୍ଟେଶନକୁ ଆଇଏସ୍‌ଓ ମିଳିଛି। ପୂର୍ବରୁ ମଞ୍ଚେଶ୍ୱରସ୍ଥିତ ରେଳ ଡବା ମରାମତି କାରଖାନା, ଅନୁଗୋଳ ଏବଂ ବିଶାଖାପାଟଣାସ୍ଥିତ ଇଲେକ୍ଟ୍ରିକ୍‌ ଲୋକୋ ସେଡ୍‌ ଏବଂ ବିଶାଖାପାଟଣାସ୍ଥିତ ଡିଜେଲ୍‌ ଲୋକୋ ସେଡ୍‌ ଭଳି ଉପତ୍ାଦନ ୟୁନିଟ୍‌କୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର ଦିଆଯାଇଛି। ନ୍ୟାଶନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ର ନିର୍ଦ୍ଦେଶାନୁଯାୟୀ ପୂର୍ବତଟ ରେଳପଥ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଏକ କନ୍‌ସଲ୍‌ଟାନ୍ସି ଫାର୍ମକୁ ବିଭିନ୍ନ ଷ୍ଟେଶନରେ ଥିବା ବ୍ୟବସ୍ଥାର ଅଡିଟ୍‌ କରିବା ପାଇଁ ଠିକା ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri