Categories: ଜାତୀୟ

୧୪ ବର୍ଷ ପରେ ବାବୁଲାଲଙ୍କ ଘର ବାହୁଡ଼ା: ଭାଜପାରେ ଜେଭିଏମ୍‌ର ବିଲୟ

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଦୀର୍ଘ ୧୪ ବର୍ଷ ପରେ ପୁଣି ଘର ବାହୁଡ଼ିଛନ୍ତି। ୨୦୦୬ରେ ସେ ଭାଜପାଠାରୁ ଅଲଗା ହୋଇ ନୂଆ ରାଜନୈତିକ ଦଳ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ୍‌) ଗଠନ କରିଥିଲେ। ୨୮ ମାସ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡୋରି ଧରିବାପରେ ଦଳରେ ଲାଗି ରହିଥିବା କଳହ ଯୋଗୁ ବାବୁଲାଲ ଭାଜପା ଛାଡି ଏଭଳି କରିଥିଲେ। ତେବେ ନୂଆ ଦଳ ଗଠନ ପରେ ମଧ୍ୟ କୌଣସି ସଫଳତା ନ ମିଳିବାରୁ ସେ ଭାଜପାକୁ ଫେରିଆସିଛନ୍ତି। ଏହା ଦ୍ୱାରା ଭାଜପାରେ ଜେଭିଏମ୍‌ର ବିଲୟ ଘଟିଛି। ରାଞ୍ଚିରେ ଭାଜପା ପକ୍ଷରୁ ଆୟୋଜିତ ଏକ ମେଗା ଶୋରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଉପାଧ୍ୟକ୍ଷ ଏମ୍‌ ମାଥୁରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି।

Share