୧୪ ବର୍ଷ ଅଡିଶନ ପରେ ଦେବ୍‌ ଆନନ୍ଦଙ୍କ ଭଣଜାଙ୍କୁ ମିଳିଲା ଅଭିନୟରେ ସୁଯୋଗ, ଦିନକୁ ମିଳୁଛି ୧୮ ହଜାର

ବଲିଉଡ୍‌ରେ ଷ୍ଟାର କିଡ୍‌ଙ୍କୁ ଅତି ସହଜରେ ସୁଯୋଗ ମିଳିଥାଏ। ଏପରି ସମସ୍ତେ ଭାବିଥାନ୍ତି। ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ସତ ହୋଇ ନ ଥାଏ। ଏହାର ଏକ ବଡ଼ ଉଦାହରଣ ଏବେ ଦେଖିବାକୁ ମିଳିଛି। ନିଜ ସମୟର ଲୋକପ୍ରିୟ ନିର୍ଦ୍ଦେଶକ ବିଜୟ ଆନନ୍ଦଙ୍କ ପୁଅ ତଥା ସ୍ବର୍ଗୀୟ ସୁପରଷ୍ଟାର ଦେବ୍‌ ଆନନ୍ଦଙ୍କ ଭଣଜା ବୈଭବ ଆନନ୍ଦଙ୍କୁ ୧୪ ବର୍ଷର ସଂଘର୍ଷ ପରେ ଅଭିନୟରେ ସୁଯୋଗ ମିଳିଛି। ଏକତା କପୁରଙ୍କ ଏକ ଓ୍ବେବ୍‌ ଶୋ ‘ଦ ଭରଡିକ୍ଟ: ନାନାବତି ଭର୍ସେସ୍‌ ଷ୍ଟେଟ’ରେ ତାଙ୍କୁ ଦେଖିବାକୁ ମିଳୁଛି। ସେପ୍ଟେମ୍ବର ୩୦ରୁ ଏହି ଶୋ’ ଆରମ୍ଭ ହୋଇସାରିଛି। ଏହି ଶୋ’ ପାଇଁ ବୈଭବ ଦିନକୁ ୧୮ ହଜାର ଟଙ୍କା ପାରିଶ୍ରମିକ ନେଉଛନ୍ତି।
ଏହି ୧୪ ବର୍ଷ ମଧ୍ୟରେ ବୈଭବ ୧୦୦ରୁ ଅଧିକ ସିନେମାରେ ଅଡିସନ ଦେଇସାରିଛନ୍ତି। ରବି ଚୋପ୍ରା ଏବଂ ସୁରଜ ବଡଜାତ୍ୟାଙ୍କ ପାଇଁ ସହଯୋଗୀ ନିର୍ଦ୍ଦେଶକଭାବେ ମଧ୍ୟ ସେ କାମ କରିସାରିଛନ୍ତି। କେତୋଟି ଥ୍ରୀଲର ସିନେମାର କାହାଣୀ ମଧ୍ୟ ଲେଖିସାରିଛନ୍ତି, ଯେଉଁଥିରେ ସେ ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି। ମାତ୍ର କୌଣସି ଅର୍ଥଯୋଗାଣକାରୀ ସଂସ୍ଥା ତାଙ୍କ ଉପରେ ଭରଷା କରିପାରୁ ନାହିଁ। ତେବେ ଏହି ଶୋ’ର ଅଭିନୟ ତାଙ୍କ ପାଇଁ କେତେ ସଫଳତା ଆଣିଦେବ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri