୧୪ ଜଣ ଚାଷୀଙ୍କୁ ମୃତ୍ତିକା କାର୍ଡ

ଅନୁଗୋଳ ଅଫିସ୍‌, ୫।୧୨: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୪ ଜଣ ଚାଷୀଙ୍କୁ ମୃତ୍ତିକା କାର୍ଡ ପ୍ରଦାନ କରାଯାଇଛି। ଚଳିତବର୍ଷ ମାଟିର କ୍ଷୟ କମ କରିବା, ଭବିଷ୍ୟତକୁ ଉଜ୍ଜଳ କରିବା ବାର୍ତ୍ତା ରହିଛି। କାର୍ଯ୍ୟକ୍ରମରେ ଜିଲାପାଳ ମନୋଜ କୁମାର ମହାନ୍ତି, ଜିଲା କୃଷି ଉପନିର୍ଦ୍ଦେଶକ ବିଜୟ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିନିତା ଶତପଥୀ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଅଛନ୍ତି।