୧୪ ଗ୍ରାମ ବ୍ରାଉନସୁଗାର ଜବତ: ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୨୭ା୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ବପ୍ନେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଗିରଫ କରିଥିବା କୋରାପୁଟ ଜିଲା ଜୟପୁରର ଟି. ରାଜେଶ କୁମାର ପାତ୍ର ଓ ଖୋର୍ଦ୍ଧା ସଦର ଥାନା ଛତିପୁର ଟାଙ୍ଗିସାହିର ମହେଶ୍ୱର ସାହୁଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଉଭୟଙ୍କଠାରୁ ୧୪ ଗ୍ରାମ ବ୍ରାଉନସୁଗାର, ଏକ ବାଇକ୍‌ ଓ ବ୍ରାଉନସୁଗାର ବିକ୍ରି ବାବଦକୁ ୧୧୧୫ ଟଙ୍କା ଜବତ ହୋଇଛି। ୨୧(ବି), ୨୯ ଏନଡିପିସି ଦଫାରେ ନଂ. ୩୨୨/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା। ପ୍ରକାଶଥାଉ କି ଜୟପୁରର ଟି. ରାଜେଶ କୁମାର ପାତ୍ର, ନୟାପଲ୍ଲୀ ଥାନା ସାଲିଆ ସାହିରେ ରହୁଥିଲେ।