୧୩ ବଛର୍‌ରେ ୧୦ ଥର ଆବେଦନ: ପ୍ରଧାନମନ୍ତ୍ରୀ ଆବାସ ଆଶ୍‌ରେ ଜୟରାମ

ଲାଠୋର, ୨୨ା୮ (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଲାଠୋର ପଁଚେତ୍‌ ତଲିପଡ଼ାରେ।
ସୂଚନା ଅନ୍‌ସାରେ ଲାଠୋର ପଁଚେତ୍‌ ତଲିପଡ଼ାର ଜୟରାମ ବରିହା(୫୦)। ପରିବାର କହେଲେ ବୁଢ଼ି ମା’ ତୁଲସା, ଝି’ ଉଲାସିନୀ(୨୧), ରିତାଞ୍ଜଳି(୧୭), ଗୀତାଞ୍ଜଳି(୧୫), ଦୀପାଞ୍ଜଳି(୧୦) ଆର ପୁଓ ଅକ୍ଷୟ(୧୫)କେ ନେଇ ତାକର ସଁସାର। ମାଏକିନା ସନ୍ତୋଷୀ ଆଏଜ୍‌କେ ୫ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ସେନ୍‌ତା କେହେନ୍‌ସି କାରନ୍‌ରୁ ବିହାରି ଝି’ ଉଲାସିନୀ ତାକର ଦୁଇ ବଛର୍‌ର ଝି’କେ ଧରି ବାପ୍‌ ଘରେ ଆସି ଆଶ୍‌ରେ ନେଇଛନ୍‌। ଇଆଡ଼େ ଜୟରାମ ଝନେ ନିହାତି ଗରିବ୍‌ ଆର ଆଦିବାସୀ ସମାଜର ହେଇଥିଲାବେଲେ କୁଲି ମଜୁରି କରି କୁଟୁମ୍‌ ପୁଷୁଛନ୍‌। ଝି’ ଗୀତାଞ୍ଜଳୀ ଆର ପୁଓ ଅକ୍ଷୟ ଅଭାବ୍‌ ଅନାଟନ ଲାଗି ପାଠ୍‌ପଢ଼ାରେ ଗଏଁଠ୍‌ ପକେଇ ସାରିଥିଲାବେଲେ ରିତାଞ୍ଜଳି ଆର ଦୀପାଞ୍ଜଳି କଷ୍‌ଟେ ମଷ୍‌ଟେ ପଢ଼ୁଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମିଲୁଥିବାର ୧୦ କେ.ଜି. ଚାଉଲ, ବୁଢ଼ି ମା’ ପାଉଥିବାର ୫ଶହ ଟଁକା ଭତା। ଇତାର ବାହାରେ ଜୟରାମ କୁଲି ମଜୁରି କରି ଯାହା କମଉଛନ୍‌ ସେଥ୍‌ରେ ସାତ୍‌ ପରାନୀ କୁଟୁମ ଚଲୁଛନ୍‌। ଇଆଡ଼େ ଅଭାବ ଅନାଟନକେ ଘରଦୁଆର ଅଭାବୁ ୭ ପରାନୀ କୁଟୁମ୍‌ ଗୁଟେ ବଖ୍‌ରା ଘରେ ମୁଡ଼ ଗୁଁଜିଛନ୍‌। ଜୟରାମକଁର କହେବାର ହିସାବେ ଆଏଜ୍‌କେ ୧୩ ବଛର ହେଲା ମୁଇଁ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଆବେଦନ କରି ଆସୁଛେଁ। ଇ ଭିତରେ ଦୁଇଟା ସରପଁଚ୍‌ ଗଲେନ, ଏହେଦେ ତିନ୍‌ ନମ୍ବର ସରପଁଚ୍‌ ଅଛନ୍‌। ଇ ଭିତରେ ମୁଇଁ ପଁଚେତ୍‌ନୁ ବ୍ଲକ ତକ୍‌ ଘରଖଁଡ଼େର ଲାଗି ୧୦ ଥର ଆବେଦନ କରି ସମ୍‌କୁ ଗୁହାରି କରିଛେଁ। ହେଲେ ମୋର କଥାକେ କେହି ନାଇଁ ଶୁନବାର ବଲି ସେ ଅଭିଯୋଗ କରିଛନ୍‌। ଆଏଜ୍‌ ନାଇଁ ହେଲେ କାଏଲ୍‌ ସରକାର ମୋର କଥା ଶୁନବେ, ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବେ ବଲି ଜୟରାମ ଆଶ୍‌ କରିଛନ୍‌। ଜିଲା ଆର ଥାନୀୟ ପରଶାସନ ଇ ନୀରିହ ଆଦିବାସୀ ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।